Sunday , June 20 2021
Home / ବିଶେଷ / ଯୁବକଙ୍କ ସାଧୁତା: ମନିପର୍ସ ,ଟଙ୍କା ଏ.ଟି.ଏମ୍. କାର୍ଡ ଫେରାଇଲେ 

ଯୁବକଙ୍କ ସାଧୁତା: ମନିପର୍ସ ,ଟଙ୍କା ଏ.ଟି.ଏମ୍. କାର୍ଡ ଫେରାଇଲେ 

ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁରଥାନା ଅନ୍ତର୍ଗତ ପୁରଣ ଗ୍ରାମର ଧ୍ରୁବଚରଣ ଦାଶଙ୍କ ପୁଅ ହେମନ୍ତ କୁମାର ଦାଶ ଗତକାଲି ଶାରଳା ମନ୍ଦିରରୁ ମା’ ଦର୍ଶନ ସାରି ଶାରଳା ରୋଡରେ ସକାଳ ୯.୩୦ମିନିଟ୍ ସମୟରେ ଏକ ମନିପର୍ସ ପାଇଥିଲେ । ଏହି ମନିପର୍ସରେ ୧୩ହଜାର ୯ଶହ ଟଙ୍କା ୩ଟି ଏ.ଟି.ଏମ୍ କାର୍ଡ, ୨ଟି ଆର୍.ସି ବୁକ୍, ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗୋଟିଏ ପ୍ୟାନ୍ କାର୍ଡ ପାଇ ସେଠାରେ ବହୁ ଲୋକଙ୍କୁ ପଚାରିବା ପରେ ପ୍ରକୃତ ହଜିଥିବା ଲୋକକୁ ନପାଇ ରଘୁନାଥପୁର ଥାନାରେ ପହଂଚି ସେହି ମନିପର୍ସରେ ଥିବା ଟେଲିଫୋନ୍ ନଂମ୍ବରରେ ଜଗତସିଂହପୁର ଥାନା ଅନ୍ତର୍ଗତ ନକୁଳଙ୍ଗ ଗ୍ରାମର ତ୍ରିନାଥ ମହାନ୍ତିଙ୍କୁ ଟେଲିଫୋନ୍ ଯୋଗେ ଜଣାଇଥିଲେ । ତ୍ରିନାଥ ମହାନ୍ତି ଟେଲିଫୋନ ପାଇ ରଘୁନାଥପୁର ଥାନାରେ ପହିଥିଲେ । ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ଏବଂ ସାନ୍ତନୁ କୁମାର ଜେନାଙ୍କ ଉପସ୍ଥିତିରେ ଏକ କାଗଜରେ ଲେଖି ତାଙ୍କର ମନିପର୍ସରେ ଥିବା ସମସ୍ତ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହେମନ୍ତ କୁମାର ଦାଶଙ୍କ ଠାରୁ ବୁଝି ନେଇଥିଲେ । ହେମନ୍ତ କୁମାର ଦାଶଙ୍କର ଏଭଳି ସଚ୍ଚୋଟତା ଓ ମହତ୍ କାର୍ଯ୍ୟ ପାଇଁ ଜଗତସିଂହପୁର ଅଂଚଳର ବୁଦ୍ଧିଜୀବିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *