Friday , June 18 2021
Breaking News
Home / ବିଶେଷ /  ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ

 ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ

ସୁକିନ୍ଦା, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼ ପଂଚାୟତ ବିରିଗୋଡ଼ା ଗ୍ରାମ ଉପକଣ୍ଠରେ ଥିବା ରେଙ୍ଗାଳି ପୋଲ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କ ଏତାଲାକୁ ଭିତିକରି ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି । ଲେମ୍ବୋ ପଂଚାୟତ ଅନ୍ତର୍ଗତ ସିଙ୍ଗାଡିଆ ଗ୍ରାମର ଇନ୍ଦ୍ରମଣୀ ଦାସ(୨୩) ଟାଟା କାରଖାନାରେ କାର୍ଯ୍ୟ କରନ୍ତି । ବୁଧବାର ରାତିରେ ସେ କାର୍ଯ୍ୟସ୍ଥଳକୁ ଯିବା ପାଇଁ ଘରୁ ରାତି ୯ଟାରେ ବାହାରିଥିଲେ । କିନ୍ତୁ ଗୁରୁବାର ସକାଳୁ ତାଙ୍କ ମୃତଦେହ ରେଙ୍ଗାଳି ପୋଲ ନିକଟରେ ପଡିଥିବା ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ସୁକିନ୍ଦା ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଂଚି ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲେ । ମୃତକଙ୍କ ସାନଭାଇ ଏହା ଏକ ହତ୍ୟାକାଣ୍ଡ ବୋଲି ଏତଲା ଦେବାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ସହ କେନ୍ଦ୍ରାପଡ଼ାରୁ ସାଇଂଟିଫିକ ଦଳ ପହଂଚି ତଦନ୍ତ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୃତ ଯୁବକଙ୍କ ସହ ସେହି ଗ୍ରାମରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହିତ ଗଣ୍ଡଗୋଳ ଜାରି ରହିଥିଲା । ଏହାକୁ ନେଇ ସୁକିନ୍ଦା ଥାନାରେ ମାମଲା ମଧ୍ୟ ହୋଇଥିଲା ଏବଂ ପରବର୍ତୀ ସମୟରେ ସମାଧାନ ହୋଇଥିଲା । ଏହାକୁ ନେଇ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହକରି ଏତଲା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *