Wednesday , June 16 2021
Breaking News
Home / ବିଶେଷ / ଯୁବକଙ୍କ ଆତ୍ମହତ୍ୟା- ଅପମୃତୁ୍ୟ ମାମଲା ରୁଜୁ କଲା ପୋଲିସ

ଯୁବକଙ୍କ ଆତ୍ମହତ୍ୟା- ଅପମୃତୁ୍ୟ ମାମଲା ରୁଜୁ କଲା ପୋଲିସ

ପାରାଦୀପ,୨୪/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପରେ ଜେନେରାଲ ପରପସ୍ ମଜଦୁର(ଜିପିଏମ୍) କାର୍ଯ୍ୟ କରୁଥିବା କେ. ଅନଗାଲାଗାନ୍(୪୯) ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ବିଷ ପିଇ ଦେବା ପରେ ଯନ୍ତ୍ରଣା ହେବାରୁ ଚିତ୍କାର କରିଥିଲେ । ଏହା ଦେଖି ପରିବାର ଲୋକ ପଡୋଶୀ ଙ୍କ ସହାୟତାରେ ଅଠରବାଙ୍କୀ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅନଗାଲାଗାନ୍ ଙ୍କ ପୁଅ ସାଇଶକ୍ତି ପାରାଦୀପ ଆଦର୍ଶ ଥାନାରେ ସୂଚନା ଦେବା ପରେ ପୋଲିସ  ୩୦/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସୂଚନା ମିଳିଛି । ତାଙ୍କ ଘର ତାମିଲନାଡୁ ରାଜ୍ୟରେ ସେ ମଧୁବନ ଜିଜେଆଇ କଲୋନୀରେ ରହୁଥିଲେ । ଆତ୍ମହତ୍ୟାର କାରଣ ଜଣାପଡି ନାହିଁ ।  ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *