Monday , June 14 2021
Breaking News
Home / ଶିକ୍ଷା / ଯୁକ୍ତ ୩ କଲେଜରୁ ଅଲଗା ହେବ ଯୁକ୍ତ ୨

ଯୁକ୍ତ ୩ କଲେଜରୁ ଅଲଗା ହେବ ଯୁକ୍ତ ୨

ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଯୁକ୍ତ୩ ମହାବିଦ୍ୟାଳୟରୁ ଯୁକ୍ତ-୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ପର୍ଯ୍ୟାୟକ୍ରମେଏହି କାର୍ଯ୍ୟ କରାଯାଇ ପୃଥକୀ କରଣକାର୍ଯ୍ୟ ଶେଷ କରାଯିବ ବୋଲି କୃଷି ଓକୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ବିଭାଗ ଏବଂବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସମେତ ଅତିରିକ୍ତ ମୁଖ୍ୟଶାସନ ସଚିବ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ) ପ୍ରଦୀପ୍ତ କୁମାର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାସ୍ୱତ ମିଶ୍ର ପ୍ରମୁଖ ଯୋଗଦେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ରାଜ୍ୟର କେତେକ ସ୍ଥାନରେ ଇତି ମଧ୍ୟରେ ଯୁକ୍ତ-୨ ଏବଂଯୁକ୍ତ-୩ ମହାବିଦ୍ୟାଳୟ ପୃଥକ ଭାବରେ କାର୍ଯ୍ୟ କରୁଛି, ତେବେ ଯେଉଁକମ୍ପୋଜିଟ ମହାବିଦ୍ୟାଳୟ ଗୁଡ଼ିକରେ ଯୁକ୍ତ-୨ ଏବଂ ଯୁକ୍ତ-୩ମହାବିଦ୍ୟାଳୟ ସହିତ ରହିଛି ସେଠାରେ ପର୍ଯ୍ୟାୟକ୍ରମେ ଯୁକ୍ତ-୨କୁ ପୃଥକ କରାଯିବ ବୋଲି ବୈଠଳରେ ଆଲୋଚନା ହୋଇଥିଲା । ପାଠପଢ଼ା ସୁବିଧା ନିମନ୍ତେ ଯୁକ୍ତ-୨ ଏବଂ ଯୁକ୍ତ-୩ ଶ୍ରେଣୀ ଗୃହକୁ ପୃଥକ କରାଯିବ । ପର୍ଯ୍ୟାୟକ୍ରମେ ଯୁକ୍ତ-୨ ଓ ଯୁକ୍ତ-୩ର ଭିତିଭୂମିକୁ ପୃଥକ କରାଯିବ । ଯୁକ୍ତ-୨ ରେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ଯୁକ୍ତ-୨ରେ ଶିକ୍ଷକ ଆବଶ୍ୟକତାକୁ ଅନୁଭବକରି ଯୁକ୍ତ-୩ ମହାବିଦ୍ୟାଳୟର ଅଧ୍ୟକ୍ଷଯୁକ୍ତ-୩ ଅଧ୍ୟାପକ ମାନଙ୍କୁ ନିୟୋଜିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ବୈଠକରେ ମହାବିଦ୍ୟାଳୟର ଜମିଜମା ସମସ୍ୟା ଭିତିଭୂମିର ସଠିକ୍ ପରିଚାଳନା, କର୍ମଚାରୀ ବଂଟନ ଆଦିପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱବ୍ୟାଙ୍କ ପ୍ରକଳ୍ପ, ଓଡ଼ିଶା ହାୟର ଏଯୁକେସନ ପ୍ରୋଗ୍ରାମ ଫର ଏକ୍ସିଲେନ୍ସ ଆଣ୍ଡ ଇକ୍ୟୁଇପଡ଼ ଶ୍ରୀ ପରମେଶ୍ୱର ବି.ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *