Tuesday , June 15 2021
Breaking News
Home / ଶିକ୍ଷା / ଯୁକ୍ତ ୨ ନାମଲେଖା ଆବେଦନ ଅବଧି ୨୬ ପର୍ଯ୍ୟନ୍ତ ବୃଦ୍ଧି

ଯୁକ୍ତ ୨ ନାମଲେଖା ଆବେଦନ ଅବଧି ୨୬ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଯୁକ୍ତ ଦୁଇରେ  ନାମ  ଲେଖାଇବା  ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୧ ତାରିଖ ଧାର୍ଯ୍ୟ କରାଯାଇଥିବା  ବେଳେ  ଏହାକୁ  ଜୁନ୍ ୨୬ ତାରିଖ   ପର୍ଯ୍ୟନ୍ତ  ବୃଦ୍ଧି  କରାଯାଇଛି । ପ୍ରକାଶିତ  ବିଜ୍ଞପ୍ତି ଅନୁସାରେ,  ଜୁଲାଇ ୨ ତାରିଖରେ ପ୍ରଥମ କଟ୍ ଅଫ୍ ପ୍ରକାଶ ପାଇବ ।  ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ  ପର୍ଯ୍ୟନ୍ତ  ନାମଲେଖା  ହେବ । ସେହିପରି ଦ୍ୱିତୀୟ କଟ୍ ଅଫ୍ ଜୁଲାଇ ୧୨  ତାରିଖରେ  ପ୍ରକାଶ  ପାଇବ । ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ବଳକା ସିଟ୍ ଲାଗି  ସ୍ପଟ୍  ଆଡମିଶନ  କରାଯିବ । ଜୁଲାଇ  ୨୯  ତାରିଖରେ  ପ୍ରଥମ  ବର୍ଷ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ  ଶିକ୍ଷା  ନିର୍ଦ୍ଦେଶାଳୟ  ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଛାତ୍ରଛାତ୍ରୀ ମାନେ ଡବ୍ଲୁଡବ୍ଲଡବ୍ଲୁ ଡଟ୍ ସାମସ୍ ଓଡିଶା ଡଟ୍ ଜିଓଭି ଡଟ୍  ଇନ୍  ମାଧ୍ୟମରେ  ଜୁନ୍  ୨୫  ରାତି ୧୧ଟା ୪୫ ମଧ୍ୟରେ ନାମଲେଖା ପାଇଁ ଅନଲାଇନ୍  ଆବେଦନ  କରିପାରିବେ । ସେହିପରି  ୨୬  ତାରିଖ  ସଂଧ୍ୟା  ୫ଟା ସୁଦ୍ଧା ସାମସ୍ ରିସୋର୍ସ ସେଂଟରରେ ହାର୍ଡ କପି ଦାଖଲ କରିପାରିବେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *