Friday , June 18 2021
Breaking News
Home / ଶିକ୍ଷା / ଯାଂଚ ହେବ ରାଜ୍ୟର ସମସ୍ତ କୋଚିଂ ସେଂଟର – ଲାଗିବ ଅଙ୍କୁଶ

ଯାଂଚ ହେବ ରାଜ୍ୟର ସମସ୍ତ କୋଚିଂ ସେଂଟର – ଲାଗିବ ଅଙ୍କୁଶ

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ଛତୁ ଫୁଟିବା ଭଳି ପରି କୋଚିଂ ସେଂଟର ଗଢ଼ି ଉଠିଛି । ତେବେ ଖୁବଶୀଘ୍ର ରାଜ୍ୟର ସମସ୍ତ କୋଚିଂ ସେଂଟର ଯାଂଚ କରାଯିବ । ଫଳରେ ରାଜ୍ୟରେ ଘରୋଇ କୋଚିଂ ସେଂଟରଗୁଡିକ ଉପରେ ଲାଗିବ ଅଙ୍କୁଶ । କୌଣସି କୋଚିଂ ସେଂଟର କର୍ତୃପକ୍ଷ ନିଜ ଇଚ୍ଛାରେ ଫି’ ଆଦାୟ କରିପାରିବେ ନାହିଁ କିମ୍ବା ସ୍କୁଲ ଓ କଲେଜ କ୍ଲାସ ସମୟରେ କୋଚିଂ ସେଂଟରରେ ପିଲାଙ୍କୁ ପଢାଇ ପାରିବେ ନାହିଁ । ସବୁ କୋଚିଂ ସେଂଟର ଯାଂଚ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ସମେତ ପୁଲିସ କମିଶନରଙ୍କୁ ଅବଗତ କରାଯାଇଛି । ରାଜ୍ୟରେ ବହୁ ନକଲି କୋଚିଂ ସେଂଟର ଲାଗି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେଉଥିବାର ଆଶଙ୍କା କରି ଓଡ଼ଶା ଅଭିଭାବକ ମହାସଂଘ ପକ୍ଷରୁ ବହୁ ପୂର୍ବରୁ ଯାଂଚ ଲାଗି ସରକାରଙ୍କ ନିକଟରେ ଦାବି ହୋଇଆସୁଥିଲା । ତେବେ ସମସ୍ତ କୋଚିଂ ସେଂଟରର ଭିତିଭୂମି ଏବଂ ଶିକ୍ଷାଦାନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଯାଂଚ ଲାଗି ବହୁବାର ମହାସଂଘ ପକ୍ଷରୁ ଦାବି ହେବା ପରେ ଏପରି ନିଷ୍ପତିି ଗ୍ରହଣ କରାଯାଇଛି । କୋଚିଂ ସେଂଟରଗୁଡିକରେ ପାଠପଢ଼ା ସକାଳ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲୁଛି ।

ତେବେ ଏହି ସମୟ ମଧ୍ୟରେ କଲେଜ କ୍ଲାସ ସମୟ ରହିଥିଲେ ହେଁ ପିଲାମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ସେଂଟରଗୁଡିକରେ ପଢ଼ୁଛନ୍ତି । ଫଳରେ କ୍ଲାସରେ ସେମାନଙ୍କ ଉପସ୍ଥାନ କମ୍ ରହୁଛି । ଏହା ବ୍ୟତୀତ ଇଂଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ସେଂଟରଗୁଡିକରେ ପିଲାଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହେଉଛି । କିଛି ପିଲା ମଧ୍ୟ ନିଜ କୋର୍ସକୁ ଗୁରୁତ୍ୱ ନଦେଇ କୋଚିଂ ଲାଗି ବହୁ ସମୟ ଦେଉଛନ୍ତି । ପିଲାଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ବିଭିନ୍ନ କୋଚିଂ ସେଂଟରରେ କୋଚିଂ ସମୟ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିଛି । ପିଲାମାନେ କଲେଜ ନଯାଇ କୋଚିଂ ସେଂଟରରେ ବ୍ୟସ୍ତ ରହୁଛନ୍ତି । ତେଣୁ ଅନେକ ସମୟରେ ପିଲାଙ୍କ ଉପସ୍ଥାନ କଲେଜରେ କମ୍ ରହୁଛି । ରାଜ୍ୟରେ କୋଚିଂ ସେଂଟର ଖୋଲୁଥିବା ମାଲିକଙ୍କ ଉପରେ ଉଚ୍ଚଶିକ୍ଷା ବିଭାଗ କିମ୍ବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି କଟକଣା ନାହିଁ । ଫଳରେ ଏହି କୋଚିଂ ସେଂଟର ମାଲିକମାନେ ଶିକ୍ଷା ନାଁରେ ବ୍ୟବସାୟ ଆରମ୍ଭ କରିଛନ୍ତି । ତେଣୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହାସଘଂ ପକ୍ଷରୁ ଦାବି ହୋଇଥିବା ବେଳେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି । ଏହାବ୍ୟତୀତ ନକଲି କୋଚିଂ ସେଂଟର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *