Thursday , June 17 2021
Home / ସ୍ୱାସ୍ଥ୍ୟ / ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିୟନ୍ତ୍ରଣ ପାଇଁ ସଚେତନତା

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିୟନ୍ତ୍ରଣ ପାଇଁ ସଚେତନତା

କଟକ, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-କଟକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସଶକ୍ତ ଡାଇରିଆ ନିୟନ୍ତ୍ରଣ ମାସ ଓ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଜନ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ବିଜୟଶ୍ରୀ ଖଣ୍ଡାୟତରାୟଙ୍କ ଅଧ୍ୟକ୍ଷତାରେ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ । ଜିଲ୍ଲାରେ ୧୭ ଜୁନ୍ଠାରୁ ୧୬ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ସଶକ୍ତ ଡାଇରିଆ ନିୟନ୍ତ୍ରଣ ମାସ ଓ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଜନ ସଚେତନତା ଅଭିଯାନ ଚାଲିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଜିଲ୍ଲାର ପ୍ରତି ଘରେ ଆଶାମାନଙ୍କ ଦ୍ୱାରା ଓଆଏସ୍ ଓ ଜିଙ୍କର ବଂଟନ କରାଯିବାକୁ ସ୍ଥିରୀକୃତ ହୋଇଛି । ୦ ରୁ ୫ ବର୍ଷ ବୟସ ପିଲାମାନଙ୍କ ମୃତ୍ୟୁକୁ ରୋକିବା ସଙ୍ଗେ ସଙ୍ଗେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗକୁ ପ୍ରତିରୋଧ କରିବା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ସିଡିଏମ୍ଓ ଡାକ୍ତର ନାୟକ କହିଥିଲେ । ସମସ୍ତଙ୍କୁ ମଶାରି ବ୍ୟବହାର ଓ ଘର ଭିତର ଓ ବାହାର ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ‘ସୁସ୍ଥ ପରିବାର, ସ୍ୁସ୍ଥ ସମାଜ’ ସଂପର୍କରେ ଆଲୋଚନା କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖଣ୍ଡାୟତରାୟ କ୍ଷେତ୍ର ପରିଦର୍ଶନ ସମୟରେ ନିଜ ନିଜର ଦାୟିତ୍ୱ ତୁଲାଇବା ସହିତ ଅଭିଯାନକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ମାନଭଞ୍ଜନ ଶତପଥୀ, ସୁପରିନଟେଣ୍ଡେଂଟ ସିଟି ହସ୍ପିଟାଲ୍ର ଡାକ୍ତର ଅଞ୍ଜଳି ରାଏ, ଡିପିଏଚ୍ସିଓ, ଡାକ୍ତର ତ୍ରିଲୋଚନ ଭୂୟାଁ, ଏଡିପିଏଚ୍ସିଓ ଦୀପକ କୁମାର ସାହୁ, ସନ୍ଧ୍ୟାରାଣୀ ପଣ୍ଡା, ଇତିଶ୍ରୀ ମିଶ୍ର, ତୃପ୍ତିରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୧୮ ରୁ ୪୪ ବର୍ଷଙ୍କୁ ଟୀକାକରଣରେ ବିଳମ୍ବ -ପାରାଦୀପର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ …

Leave a Reply

Your email address will not be published. Required fields are marked *