Saturday , July 31 2021
Breaking News
Home / ବିଶେଷ / ସମ୍ଭାବ୍ୟ ବାତ୍ୟା ୟାସ୍ ର ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲାର ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟା ୟାସ୍ ର ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲାର ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୨୩/୦୫/୨୦୨୧(ଓଡ଼ିଶା ସମାଚାର)- ସେଙ୍ଗାପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ୟାସ୍ ର ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲାର ସରକାରୀ ବିଭାଗ ,ସିଭିଲ ସୋସାଇଟି ଓ ସ୍ୱେଛାସେବୀ ସଂଗଠନ ର କର୍ମକର୍ତାଙ୍କ ସହିତ ଜିଲା ପ୍ରଶାସନ ର ଏକ ବୈଠକ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ସମ୍ଭାବ୍ୟ ବାତ୍ୟାର ସଠିକ ପରିଚାଳନା , ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସମସ୍ତ ବିଭାଗିୟ ଅଧିକାରୀ,ସିଭିଲ ସୋସାଇଟି,ବେସାମରିକ ଅନୁଷ୍ଠାନ ସ୍ୱେଛାସେବୀ ସଂଗଠନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲାପାଳ ପ୍ରକାଶ କରିଥିଲେ ।
ଜିଲାରେ ୬ ହଜାର ପଲିଥିନ ସିଟ୍ ,୨୬ ଟି ପାୱାର ବୋଟ୍ ଓ ୨୦ ଟି ଜେସିବି ପ୍ରସ୍ତୁତ ରହିଛି । ୪୨ ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓ ୧୮୧ ଟି ବିକଳ୍ପ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେମାନେ ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କର ଖାଇବା ,ପିଇବା, ସ୍ୱାସ୍ଥ୍ୟ ଅବସ୍ଥା ବୁଝିବେ । କୋଭିଡ଼ ହସପିଟାଲ ପାରାଦୀପ ଓ କୋଭିଡ଼ କେୟାର ସେଂଟର ପାଇଁ ୩୨୧ ଟି ଅମ୍ଳଜାନ ସିଲିଣ୍ଡର ଓ ୯୫ ଟି କନସେନଟ୍ରେଟର ମହଜୁଦ ରହିଛି ।
ଜିଲାରେ ୨ ହଜାର ସକ୍ରିୟ କୋଭିଡ଼ ଆକ୍ରାନ୍ତ ରହିଛନ୍ତି । ଆଉ ୧୮ଶହ ରୁ ୧୯ଶହ ହୋମ ଆଇସୋଲେସନ୍ ରେ ଅଛନ୍ତି । ସେମାନଙ୍କୁ ବ୍ଲକ୍ ସ୍ତରୀୟ କ୍ଲଷ୍ଟର ଟିଏମସି କୁ ସ୍ଥାନାନ୍ତରିତ କରାଯିବ । ଆଶ୍ରୟସ୍ଥଳୀରେ ସ୍ଥାନ୍ତରିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ବୟସ୍କଙ୍କ ପାଇଁ ୧୦୦ ଟଙ୍କାର ଓ ଛୋଟ ପିଲା ମାନଙ୍କୁ ୬୦ ଟଙ୍କା ହିସାବରେ ଖାଦ୍ୟ ଦିଆଯିବ ।
ଜିଲାରେ ଇଲେକ୍ଟ୍ରି ଖୁଂଟି ଓ କେବୁଲ ଯଥେଷ୍ଟ ପରିମାଣର ମହଯୁଦ ଅଛି । ୫୬ ଟି ମୋବାଇଲ ଭ୍ୟାନ ଯୋଗେ ପାନୀୟ ଜଳ ଯୋଗାଣ ,୧୩୨ ଟି ଓଭରହେଡ଼୍ ଟାଙ୍କି ଓ ହ୍ୟାଣ୍ଡ ପମ୍ପ ମାଧ୍ୟମରେ ନାନୀୟ ଜଳ ଯୋଗାଇ ଦିଆଯିବ ।
ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜିବୀମାନେ ସମୁଦ୍ରରୁ ଫେରିଆସିଛନ୍ତି । ଯେଉଁମାନଙ୍କର ଜ୍ୱର, କାଶ, ଛିଙ୍କ ଆଦି ଦେଖାଯିବ, ସେମାନଙ୍କୁ ଆଂଟିଜେନ୍ ଟେଷ୍ଟ କରାଯାଇ ପଜିଟିଭ ମାନଙ୍କୁ କ୍ଲଷ୍ଟର ଟିଏମସି କୁ ସ୍ଥାନାନ୍ତରିତ କରାଯିବ ।
ଜିଲାରେ ପବନର ବେଗ ୬୦ ରୁ ୭୫ କିମି ହେବ ବୋଲି ଆଶା କରାଯାଉଛି । ୨୪ , ୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷା ହେବ । ଜିଲାର ଏରସମା, ବାଲିକୁଦା ଓ ପାରାଦୀପ , କୁଜଙ୍ଗ ଓ ତିର୍ତୋଲ ବ୍ଲକ୍ ର ଆଂଶିକ ଅଂଚଳ ୟାସ୍ ର ଗତିପଥରେ ଆସୁଛି । ଜଗତସିଂହପୁର ପୌରାଂଚଳ ଓ ତିର୍ତୋଲ ବ୍ଲକ୍ ଅଂଚଳରେ କଚା ଘର ବସ୍ତି ଥିବାରୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ ।
ଏନଏଚ କଡ଼ରେ ଓ ପାରାଦୀପ , ଜଗତସିଂହପୁର ପୌରାଂଚଳରେ ଲାଗିଥିବା ହୋଡ଼ିଙ୍ଗ ଗୁଡ଼ିକୁ ୨୫ ତାରିଖ ସୁଦ୍ଧା କାଢ଼ିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ପାରାଦୀପରେ ଥିବା ସାର କାରଖାନା ରେ ଯେପରି କୌଣସି ପରିସ୍ଥିତିରେ ଆମୋନିଆ ଗ୍ୟାସ ଲିକ୍ ନହୁଏ ସେଥିପାଇଁ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି । ୫୧ ହଜାର କୁଇଂଟାଲ ଚାଉଳ ଓ ୧୪ ହଜାର ଲିଟର ରୁ ଅଧିକ ଲିଟର ରୁ ଅଧିକ କିରୋସିନୀ ମହଜୁଦ ରହିଛି ।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର , ଅତିରିକ୍ତ ଜିଲାପାଳ ପାରାଦୀପ କାହ୍ନୁଚରଣ ଧୀର , ପ୍ରକଳ୍ପ ନିର୍ଦ୍ଧେଶକ ସରୋଜକାନ୍ତ ମହାନ୍ତି , ଜିଲାର ସମସ୍ତ ବିଡ଼ିଓ , ତହସିଲଦାର , ଯୋଗାଣ ଅଧିକାରୀ ,ମତ୍ସ୍ୟ ଓ ପଶୁ ସମ୍ପଦ ଅଧିକାରୀ ,ନିର୍ବାହୀ ଯନ୍ତ୍ରୀ , ସ୍ୱେଛାସେବୀ ସଂଗଠନ ସେଂଟର ଫର ଡ଼ିଗ୍ନିଟୀ , ଶ୍ରଦ୍ଧା, ସିଏଏସଡ଼ିର କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଶ କରିଥିଲେ । ଜିରୋ କାଜୁଆଲିଟିକୁ ଜିଲାପାଳ ଗୁରୁତ୍ୱ ଦେଇଥିଲେ ।
ଜଗତସିଂହପୁର ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୌଜନ୍ୟରୁ – ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *