Tuesday , August 3 2021
Breaking News
Home / ବିଶେଷ / ମୋ ପାରାଦୀପ ଯୋଜନା ଦିଗହରା : କୁମ୍ଭକର୍ଣ୍ଣ ନିଦ୍ରାରେ ପୌରପାଳିକା

ମୋ ପାରାଦୀପ ଯୋଜନା ଦିଗହରା : କୁମ୍ଭକର୍ଣ୍ଣ ନିଦ୍ରାରେ ପୌରପାଳିକା

ପାରାଦୀପ ୧୨/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପ୍ରତିଷ୍ଠା ହେବାରୁ ବହୁ ପୂର୍ବରୁ କପିଳ ଯୋରୀ କ୍ରିକ୍ ରହିଛି । ପାରାଦୀପର ସର୍ବ ପୁରାତନ କପିଳ ମୁନିମଠର ପ୍ରତିଷ୍ଠା ତଥା କପିଳ ସଂହିତାର ରଚୟତା କପିଳ ବାବାଙ୍କ ନାମାନୁସାରେ ଏହି ଯୋର ନାମ କପିଳ ଯୋର । ଏହି ଯୋରକୁ କୁଜଙ୍ଗ ଅଂଚଳର କୈବର୍ତମାନେ ବ୍ୟବହାର କରୁଥିଲେ । ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପରେ ଜଗନ୍ନାଥ ମନ୍ଦିର, ପାରାଦୀପ କଲେଜ ପ୍ରତିଷ୍ଠାରେ କପିଳ ଯୋରୀ କ୍ରିକ୍ର ବହୁ ଅବଦାନ ରହିଛି । ଏହି ଯୋର ସବୁବେଳେ ଦଳର ଭର୍ତୀ ହୋଇ ରହୁଥିଲା । ପ୍ରାୟ ତିନିବର୍ଷ ତଳେ ବନ୍ଦରର ତକ୍ରାଳିନ ଅଧ୍ୟକ୍ଷ ରିେଙ୍କଶ ରାଏ, ପାରାଦୀପ ପୌର ପରିଷଦର ପୌରପାଳ ବସନ୍ତ ବିଶ୍ୱାଳଙ୍କ ପ୍ରୟାସରେ ଆରମ୍ଭ ହୋଇଥିଲା ମୋ ପାରାଦୀପ ଯୋଜନା । ଏହି ଯୋଜନାର ମୂଳ ଲକ୍ଷ ଥିଲା କପିଳ ଯୋରୀ କ୍ରିକ୍ର ପୁର୍ନଉଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ପାରାଦୀପର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାରିବା । ପାରାଦୀପ ବନ୍ଦର ପକ୍ଷରୁ ଏହି କି୍ରକ୍ର କୂଳେ କୂଳେ ସୁନ୍ଦର ସୁନ୍ଦର ପାର୍କ ତିଆରି କରାଯାଇଥିଲା । ଦଳ ସଫା ପରେ କ୍ରିକ୍ ମଝିରେ ସ୍ଥାନେ ସ୍ଥାନେ ୱାଟର ଫାଉନ୍ଟେନ୍ ବନ୍ଦର ପକ୍ଷରୁ ସ୍ଥାପନ କରାଗଲା । ହେଲେ ପାରାଦୀପର ସୌନ୍ଦର୍ଯ୍ୟର ଅନ୍ୟତମ କେନ୍ଦ୍ରବିନ୍ଦୁ କପିଳ ଯୋରୀ କ୍ରିକ୍ ଶ୍ରୀହିନ ହୋଇଗଲା । ପୌରପାଳିକା ପକ୍ଷରୁ ଦଳ ସଫା ନହେବାରୁ ଦଳ ପଚି ଦୁର୍ଗନ୍ଧ ହେଉଛି । ସେ ବାଟରେ ଯାଉଥିବା ଳୋକମାନେ ନାକରେ ହାତ ଦେଇ ଯାଉଛନ୍ତି । ପାରାଦୀପ ସହରକୁ ଅଳିଆ ସଫା କରୁ ନଥିବା ପୌରପାଳିକା ଏହି କ୍ରିକ୍ରୁ ଦଳ ସଫା ବି କରୁନି । ଯେଉଁ ସୁନ୍ଦର ଚିନ୍ତାଧାରା ନେଇ ଆରମ୍ଭ ହୋଇଥିବା ମୋ ପାରାଦୀପ ଯୋଜନା କେବଳ ଯୋଜନାରେ ହିଁ ରହି ଯାଇଛି । ଓଡ଼ିଶା ସମାଚାର

About admin

Check Also

ବୃଦ୍ଧାଶ୍ରମରେ ସହଯୋଗ ତରଫରୁ ଖାଦ୍ୟ , ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ …

Leave a Reply

Your email address will not be published. Required fields are marked *