Tuesday , June 15 2021
Breaking News
Home / ବିଶେଷ / ମୋବାଇଲ୍ ଟାଓ୍ବାର୍ ସ୍ଥାପନର ୧୩ ବର୍ଷ ବିତିଗଲାଣି,: ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ମୋବାଇଲ୍ ଟାଓ୍ବାର୍ ସ୍ଥାପନର ୧୩ ବର୍ଷ ବିତିଗଲାଣି,: ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା,୦୨/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମୋବାଇଲ ଟାୱାର ସ୍ଥାପନର ୧୩ ବର୍ଷ ବିତିଗଲାଣି, ତଥାପି ସେବାରୁ ବଞ୍ଚିତ ୪ ପଞ୍ଚାୟତବାସୀ । ଯଥାଶୀଘ୍ର କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ମାର୍ଲାଙ୍ଗା ପଞ୍ଚାୟତରେ ।

ବର୍ତ୍ତମାନ ସମୟରେ ସବୁ ଅଞ୍ଚଳରେ ମୋବାଇଲ ସେବା ଜରୁରୀ ହୋଇପଡ଼ିଛି । ପାଠପଢ଼ା ଠାରୁ ଆରମ୍ଭ କରି ଚାକିରି ଆବେଦନ, ବ୍ୟାଙ୍କ ସେବା ଭଳି ଅତ୍ୟାବଶ୍ୟକ କାମ ପାଇଁ ମୋବାଇଲ ଓ ଇଣ୍ଟରନେଟ ନିହାତି ଆବଶ୍ୟକ ହୋଇପଡ଼ୁଛି । ହେଲେ କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି କି ମୋବାଇଲ ଓ ଇଣ୍ଟରନେଟ ସେବା ସାତସପନ ହୋଇପଡ଼ିଛି । ଅନେକ ସ୍ଥାନରେ ମୋବାଇଲ ଟାୱାର ନଥିବାବେଳେ ଯେଉଁଠି ମୋବାଇଲ ଟାୱାର ସ୍ଥାପନ ହୋଇଛି ସେଠାରେ ସେବା ମିଳୁନଥିବା ଅଭିଯୋଗ ହେଉଛି । ଫଳରେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ମାର୍ଲାଙ୍ଗା ପଞ୍ଚାୟତରେ । ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁ ରେ ମୋବାଇଲ ଟାୱାର ସ୍ଥାପନ ହେବାର ଆଜକୁ ତେର(୧୩) ବର୍ଷ ବିତିଗଲାଣି କିନ୍ତୁ ଏଯାବତ୍ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ମୋବାଇଲ ଟାୱାର ସ୍ଥାପନ ହେବାପରେ ଅଞ୍ଚଳବାସୀଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଥିଲା ।  ମୋବାଇଲ ଓ ଇଣ୍ଟରନେଟ ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନି ବୋଲି ଆଶା ବାନ୍ଧିଥିଲେ ଅଞ୍ଚଳବାସୀ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଏନେଇ ବାରମ୍ବାର ଅଞ୍ଚଳବାସୀ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ହେଲେ ଏଯାବତ୍ କୌଣସି ସୁଫଳ ମିଳିପାରିନାହିଁ । ଏବେ ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ । ପ୍ରଶାସନିକ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କଲେ ଅଞ୍ଚଳର ଦଶହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରନ୍ତେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *