Monday , June 14 2021
Breaking News
Home / ବିଶେଷ / ମେଡିକାଲ କଲେଜ ଆନ୍ଦୋଳନ ପାଇଁ ଗାଁଗାଁରେ ପ୍ରସ୍ତୁତି – ଭରତପୁର ପଂଚାୟତରେ ଜନ ସଚେତନତା ସଭା

ମେଡିକାଲ କଲେଜ ଆନ୍ଦୋଳନ ପାଇଁ ଗାଁଗାଁରେ ପ୍ରସ୍ତୁତି – ଭରତପୁର ପଂଚାୟତରେ ଜନ ସଚେତନତା ସଭା

କେନ୍ଦ୍ରାପଡା, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମ ଏକ ଗଣ ଆନ୍ଦୋଳନର ରୂପ ନେବାକୁ ଆରମ୍ଭ କଲାଣି । ଆସନ୍ତା ୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତଙ୍କ ସଭାପତିତ୍ୱରେ ଏକ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଆବାହକ ଦିବାକର ଜେନାଙ୍କ ଆବାହକତ୍ୱରେ ଆୟୋଜିତଏହି ଜନସଚେତନତା ସଭାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ଅକ୍ଷୟ କୁମାର ମନ୍ତ୍ରୀ, ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଆନ୍ଦୋଳନାତ୍ମ କକାର୍ଯ୍ୟକ୍ରମର ରୂପରେଖ  ପ୍ରଦାନ କରିଥିବାବେଳେ ବରିଷ୍ଠ ନାଗରିକ ରାଜକିଶୋର ମହାନ୍ତି, ଶ୍ରୀଧର ସାମଲ, ପ୍ରଦୀପ୍ତ ଜେନା, ଅରୁଣ ସାମଲ, ହେମନ୍ତ ଜେନା, ପ୍ରସନ୍ନ ମଲ୍ଲିକ, ପ୍ରତାପ କେଶରୀ ବିଶ୍ୱାଳ, ଅକ୍ଷୟ ବେହେରା, ଶାରଦା ପ୍ରସନ୍ନ ରାଉତ, ଜୀତେନ୍ଦ୍ର ଜେନା, ରଞ୍ଜନ ମଲ୍ଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣକରି ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବାସହ ଦାବିହାସଲ ପର୍ଯ୍ୟନ୍ତ ଗଣଚେତନା କାର୍ଯ୍ୟକ୍ରମ ଚଳାଇ ରଖିବାକୁ ନିଷ୍ପତିି ଗ୍ରହଣକରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *