Monday , June 21 2021
Breaking News
Home / ସ୍ୱାସ୍ଥ୍ୟ / ମେଡିକାଲରୁ ମଦ ଜବତ ଘଟଣା : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ, ଏଡିଏମଓ କରିବେ ତଦନ୍ତ

ମେଡିକାଲରୁ ମଦ ଜବତ ଘଟଣା : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ, ଏଡିଏମଓ କରିବେ ତଦନ୍ତ

ଜଗତସିଂହପୁର, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ମଦ ଜବତ ହେବା ଘଟଣା ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଦନ୍ତ ନିର୍ଦେଶ ଦେବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଛାନିଆ ହୋଇ ପଡିଛନ୍ତି  । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅଜୟ କୁମାର ବୈଠାରୁ ଏଡିଏମ (ମେଡିକାଲ)ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ଏହାସହ ସିକ୍ୟୁରିଟି କର୍ମଚାରୀଙ୍କ ଦାୟିତ୍ୱରେ ଥିବା ରୁମରୁ ମଦ ଜବତ ହୋଇଥିବାରୁ ସମ୍ପୃୃକ୍ତ ସଂସ୍ଥାକୁ କଳାତାଲିକାଭୁକ୍ତ କରିବା ପାଇଁ ପଦକ୍ଷେପ ନେବେ ବୋଲି ସିଡିଏମଓ କହିଛନ୍ତି । ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡ ନିକଟରେ ଥିବା ସିକ୍ୟୁରିଟି ରୁମରେ ମଦ ବ୍ୟବସାୟ ହେଉଥିବା ସୂଚନା ମିଳିବା ପରେ ଶନିବାର ସଂଧ୍ୟାରେ କିଛି ସାମ୍ବାଦିକ ସିଡିଏମଓ ଶ୍ରୀ ବୈଠାରୁଙ୍କୁ ଜଣାଇଥିଲେ । ପରେ ସିଡିଏମଓଙ୍କ ନିର୍ଦେଶରେ ମେଡିକାଲର ମ୍ୟାନେଜର ସାମ୍ବାଦିକଙ୍କ ଉପସ୍ଥିତିରେ ଯାଇ ସିକ୍ୟୁରିଟି ରୁମ ଖୋଲିଥିଲେ । ରୁମ ଖୋଲିବାରୁ ସେହି ରୁମରେ ଏକ ପେଟିରେ ୯ବୋତଲ ମଦ ଥିବା ଦେଖାଯାଇଥିଲା । ପରେ ଜଗତସିଂହପୁର ପୁଲିସକୁ ଡକାଯାଇଥିଲା ଓ ପୁଲିସ ଆସି ମଦକୁ ଜବତ କରିଥିଲା  । ଏହି ଘଟଣାରେ ସିଡିଏମଓଙ୍କ ଏତଲା ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାର ତଦନ୍ତ କରି ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜଗତସିଂହପୁର ସିଡିଏମଓଙ୍କୁ ନିର୍ଦେଶ ଦେଇଛନ୍ତି । ସିଡିଏମଓ ଅଜୟ କୁମାର ବୈଠାରୁ ଏଡିଏମଓ(ମେଡିକାଲ)ଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହାସହ ଏଭଳି ଅନୈତିକ କାର୍ଯ୍ୟ କରୁଥିବା ସିକ୍ୟୁରିଟି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସିଡିଏମଓ ଶ୍ରୀ ବୈଠାରୁ କହିଛନ୍ତି । ଏହି ଘଟଣା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି । କେବଳ ସିକ୍ୟୁରିଟି ସଂସ୍ଥା ନୁହନ୍ତି ବିଭିନ୍ନ ସମୟରେ ଡ୍ୟୁଟିରେ ଅବହେଳା କର୍ମଚାରୀମାନଙ୍କ ବିରୋଧରେ ମଧ୍ୟ ସିଡିଏମଓ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *