Sunday , June 13 2021
Breaking News
Home / ବିଶେଷ / ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ବୋଟସଂଘର ସହାୟତା

ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ବୋଟସଂଘର ସହାୟତା

ମହାକାଳପଡ଼ା, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ଗ୍ରାମର ତପନ ଦାସ ଗତ ଶୁକ୍ରବାର ସମୁଦ୍ରକୁ ମାଛଧରି ଯାଇଥିବା ବେଳେ ଡଙ୍ଗା ବୁଡି ଯିବାରୁ ସେ ନିଖୋଜ ହୋଇଯାଇଥିଲେ । ପରଦିନ ତାଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା । ମୃତ ତପନଙ୍କ ପରିବାରକୁ ଖରିନାସି ରାମଚଣ୍ଡୀ ବୋଟ ମାଲିକସଂଘର ସଭାପତି ଗୋପୀ ରକ୍ଷିତ, ଉପସଭାପତି ଭକ୍ତରଂଜନ ମହାଳୀ, ସଂପାଦକ ତୁଷାର ସର୍ଦ୍ଧାର, ରବି ମଣ୍ଡଳ, କ୍ରିଷ୍ଣବନ୍ଧୁ ଦାସ,ମହାଦେବ ଦାସ, ମୋହନ ପ୍ରଧାନ ପ୍ରମୁଖ ଭେଟି୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *