Monday , June 21 2021
Breaking News
Home / ବିଶେଷ / ମୁମ୍ବାଇରେ ରଥଯାତ୍ରା

ମୁମ୍ବାଇରେ ରଥଯାତ୍ରା

 ମୁମ୍ବାଇ / ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ରଥଯାତ୍ରାରେ ସ୍ୱାମୀ ଅଭିଦେଶା ନନ୍ଦ କଲ୍ୟାଣ ସମିତି ସହଯୋଗରେ ଏହି ରଥଯାତ୍ରାରେ ସମାଜସେବୀ ରାମ ପ୍ରସାଦ ମୁଦୁଲି ଛେରା ପହଁରା କରିଥିଲେ । ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ପାରମ୍ପରିକ ବାଦ୍ୟ ନୃତ୍ୟରେ ରଥ ଟଣା ହୋଇ ମୁମ୍ବାଇର ମୁଖ୍ୟ ରାସ୍ତା ପରିକ୍ରମା କରି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଏହାକୁ ଟ୍ରଷ୍ଟ ପକ୍ଷରୁ ସୁଶାନ୍ତ ପାଢ଼ୀ, ଅରବିନ୍ଦ ଜତି, ବିଭୂତି ରଥ, ରଞ୍ଜନ ରାୟ, ରତନ ପଟ୍ଟନାୟକ, ସୁଧିର ଗୁପ୍ତା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *