Sunday , June 13 2021
Breaking News
Home / ବିଶେଷ / ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପାଢୀ

ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପାଢୀ

ଭୁବନେଶ୍ୱର , ୨୦/୮/୨୦୧୯(ଓଡ଼ିଶା ସମାଚାର)-  ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୋମବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ପାଢୀ କହିଛନ୍ତି ଯେ ତାଙ୍କୁ ଯେହଉଁ ନୂତନ ଦାୟିତ୍ୱ ଦିଆଯାଇଛି ଏବଂ ସରକାର ଯେଉଁ ଆଶା ରଖି ଏହି ଦାୟିତ୍ୱ ଦେଇଛନ୍ତି ତାକୁ ସେ ନିଷ୍ଠାପର ଓ ସଠିକ୍ ଭାବେ ତୁଲାଇବେ । ପୌର ଓ ପଂଚାୟତ ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରିବାକୁ ସେ ଉଦ୍ୟମ କରିବେ । ସୂଚନାରଯୋଗ୍ୟ ୧୯୮୬ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଆସନ୍ତା ଜାନୁଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *