Sunday , June 20 2021
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୬ ଲକ୍ଷ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୬ ଲକ୍ଷ ସହାୟତା

ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଫାନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ମଙ୍ଗଳବାର ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିିକୁ ସହାୟତା ପ୍ରଦାନ କରାଯାଇଛି । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ରୋହତଗୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଆଡ୍ଭୋକେଟ ସୁବାସ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି । ବୋଷ୍ଟନ କନ୍ସଲ୍ଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ପ୍ରା.ଲି. ପକ୍ଷରୁ ସୁରେଶ ସୁବୁଦ୍ଧି ୧୩,୮୫,୯୫୩ ଟଙ୍କା, ଷ୍ଟେରଲିଙ୍ଗ୍ ଆଣ୍ଡ୍ ୱିଲସନ ପ୍ରା.ଲି. ମୁମ୍ବାଇ ପକ୍ଷରୁ ରାହୁଲ ବାନାର୍ଜୀ ଓ ରୂପକ ପଟ୍ଟନାୟକ ୧୧,୧୬,୨୫୦ ଟଙ୍କା, ଫୁଡ୍ କର୍ପୋରେସନ ୱାର୍କର୍ସ ୟୁନିଅନ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ଘନଶ୍ୟାମ ଜେନା ଓ ଅତିରିକ୍ତ ସାଧାରଣ ସମ୍ପାଦକ ତନ୍ମୟ ଜେନା ୫,୫୫,୦୦୦, ଅସୀମ ଓଡ଼ିଶା ଚେନ୍ନାଇ (ଓଡ଼ିଶା ୱିଦାଉଟ୍ ବର୍ଡର) ପକ୍ଷରୁ ନିରଞ୍ଜନ ମିଶ୍ର ଓ କ୍ଷୀରୋଦ ଜେନା ୫ ଲକ୍ଷ ଟଙ୍କା, ଇଣ୍ଡିଆନ ଆସୋସିଏସନ ଅଫ୍ ଗ୍ୟାଷ୍ଟ୍ରୋ-ଇଂଟେଷ୍ଟିନାଲ ଏଣ୍ଡୋସର୍ଜରୀ ପକ୍ଷରୁ ଡ. ସୃଜୟ ପଟ୍ଟନାୟକ ଓ ଡ. ସିଆର ଦାସ ୫ ଲକ୍ଷ ଟଙ୍କା, ଇଣ୍ଡିଆନ ବ୍ୟାଙ୍କ ପେନସନର୍ସ ଆଣ୍ଡ୍ ରିଟାୟାରିଜ୍ ଆସୋସିଏସନ ପକ୍ଷରୁ ୨,୦୪,୦୦୧ ଟଙ୍କା, ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଲକ୍ଷ ଟଙ୍କା, ଇଣ୍ଡସଇଣ୍ଡ ବ୍ୟାଙ୍କର ବିଜୟାନନ୍ଦ ପଟ୍ଟନାୟକ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହିପରି ସମୁଦାୟ ୧୦ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୭୫,୬୧,୨୦୪ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *