Thursday , June 17 2021
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୧ ତାରିଖରୁ ଖୋଲିବ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୧ ତାରିଖରୁ ଖୋଲିବ

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ   ରଖି   ମୁଖ୍ୟମନ୍ତ୍ରୀଙ୍କ   ଅଭିଯୋଗ ପ୍ରକୋଷ୍ଠ   ସମେତ   ବିଭିନ୍ନ   ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ  ଅଭିଯୋଗ  ପ୍ରକୋଷ୍ଠ  ବନ୍ଦ ରହିଥିଲା । ବର୍ତମାନ  ଗ୍ରୀଷ୍ମ  ପ୍ରବାହ  ଜନିତ ପରିସ୍ଥିତି ଦୂର ହୋଇଯାଇଥିବାରୁ ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ  ପ୍ରକୋଷ୍ଠ  ସମେତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ  ଓ  ସଚିବ  ଏବଂ  ଜିଲ୍ଲାସ୍ତରୀୟ  ସବୁ ଅଭିଯୋଗ ପ୍ରକୋଷ୍ଠ ସ୍ୱାଭାବିକ ଭାବରେ ପ୍ରତି ସୋମବାର   କାର୍ଯ୍ୟ   କରିବ ।   ରାଜ୍ୟରେ ନାଗରିକମାନଙ୍କ ଅସୁବିଧାର ପ୍ରତ୍ୟକ୍ଷ ଭାବେ ସମାଧାନ କରିବା ପାଇଁ ଏହି ପ୍ରକୋଷ୍ଠ ଖୋଲା ଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଲୋକମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କର ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏହି ଅଭିଯୋଗ ସମ୍ପର୍କରେ ତର୍ଜମା କରି ଏହାକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *