Monday , June 21 2021
Breaking News
Home / ବିଶେଷ / ମୁକୁଳା ପଡ଼ିଛି ଷ୍ଟାଣ୍ଡ ପୋଷ୍ଟ ପାଣି ଟ୍ୟାପ୍ ,ଇଡ଼ି ଯାଉଛି ପାନୀୟ ଜଳ

ମୁକୁଳା ପଡ଼ିଛି ଷ୍ଟାଣ୍ଡ ପୋଷ୍ଟ ପାଣି ଟ୍ୟାପ୍ ,ଇଡ଼ି ଯାଉଛି ପାନୀୟ ଜଳ

ଗରଦପୁର, ୧୭/୦୫/୨୦୨୦ (ଓଡ଼ିଶା ସମାଚାର)-ଗ୍ରାମାଂଚଳର ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ସରକାର ଅନେକ ଗ୍ରାମଗୁଡିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା  କରିଛନ୍ତି । ମାତ୍ର ପାଇପ୍ ଯୋଗେ କେତେକ ଗ୍ରାମଗୁଡିକୁ ଯୋଗାଣ କରାଯାଉଥିବା ପାନୀୟ ଜଳକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଠିକ୍ ଠାକ୍ ଭାବରେ ରକ୍ଷଣା ବେକ୍ଷଣା କରାଯାଉ ନ ଥିବାରୁ ଅନେକେ ସ୍ଥାନରେ   ଷ୍ଟାଣ୍ଡ ପୋଷ୍ଟଗୁଡିକ ମୁକୁଳା ପଡିଛି ।  ପମ୍ପ ହାଉସ୍ର ମୋଟର ଚାଲୁ ହେବା  ପରେ, ମୁକୁଳା ପଡିଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ଅନବରତ ଭାବରେ ପାଣି ବାହାରୁ ଥିବାର ଦେଖାଯାଇଛି । ବର୍ଷ ବର୍ଷ ଧରି ମୁକୁଳା ପଡିଥିବା ଏହି ଷ୍ଟାଣ୍ଡପୋଷ୍ଟଗୁଡିକରେ ଟ୍ୟାପ୍ ଲଗାଯାଉ ନାହିଁ ,ଫଳରେ ଦୈନିକ ବହୁ ପରିମାଣରେ ପାନୀୟ ଜଳ ଅପଚୟ ହେଉଛି । ଏଥି ପ୍ରତି ପଂଚାୟତ ପ୍ରଶାସନ ଆଦୌ ଯତ୍ନବାନ ହେଉ ନାହାଁନ୍ତି । ପ୍ରକାଶ ଯେ,ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ଠାରେ ଥିବା ପାନୀୟ ଜଳ ପ୍ରକଳ୍ପରୁ ବେଡାରୀ,ସୋଲପାଟ ଓ କୂଳତୁଠୀ ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଣ କରାଯାଉଛି । ଏହି ପାନୀୟଜଳ ପ୍ରକଳ୍ପରୁ ସମ୍ପୃକ୍ତ ଥିବା ଗ୍ରାମଗୁଡିକୁ ଯୋଗାଣ କରାଯାଉଥିବା ପାନୀୟ ଜଳକୁ ଗ୍ରାମର  ଲୋକମାନେ ନେବା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ଷ୍ଟାଣ୍ଡପୋଷ୍ଟଗୁଡିକ ନିର୍ମାଣ କରାଯାଇଛି । ଏହି ଷ୍ଟାଣ୍ଡପୋଷ୍ଟଗୁଡିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ଟ୍ୟାପ ନ ଥିବାରୁ ପମ୍ପ ଚାଲୁ ହେବା ମାନେ ମୁକୁଳା ପଡିଥିବା ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଦେଇ ପାନୀୟ ଜଳ ବାହାରକୁ ନିଷ୍କାସିତ ହୋଇଯାଉଛି । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି କାହାରି ନିଜର ପଡୁ ନାହିଁ । ସେହିପରି ଅନ୍ୟ କେତକ ସ୍ଥାନରେ ଲୋକମାନେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍ ଗୁଡିକୁ କଣା କରି ନିଜ ଘରକୁ ପାଣି ନେଉଥିବାର ମଧ୍ୟ ଅଭିଯୋଗ ହେଉଛି । ପମ୍ପ ଚାଲିବା ମାତ୍ରେ ପାନୀୟ ଜଳ ନଷ୍ଟ ହେଉଥଇବାରୁ ପ୍ରକଳ୍ପର ଶେଷ ମୁଣ୍ଡକୁ ଆବଶ୍ୟକ ପରିମାରଣରେ ପାନୀୟ ଜଳ ପହଂଚି ପାରୁ ନାହିଁ । ଅପରପକ୍ଷରେ ଯେଉଁ ସବୁ ଗ୍ରାମଗୁଡିକୁ ପାନୀୟ ଜଳ ପ୍ରକଳ୍ପରୁ ପାଣି ଯାଉଛି ସେହି ସବୁ ଗ୍ରାମଗୁଡିକରେ ରହିଥିବା ନଳକୂପ ଗୁଡିକ ସାମାନ୍ୟ  ଅଚଳ ହୋଇପଡିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ସେଗୁଡିକୁ ମରାମତି କରୁ ନାହାଁନ୍ତି । କେତକ ନଳକୂପଗୁଡିକର ପ୍ଲାଟପର୍ମଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ସେଗୁଡିକ ମରାମତି କରାଯାଉ ନ ଥିବାର ଦେଖାଯାଇଛି । ମୁକୁଳା ପଡିଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରେ ଟ୍ୟାପ୍ ଲଗାଯିବା , ଅଚଳ ରହିଥିବା ନଳକୂପଗୁଡିକୁ ସଚଳ କରାଯିବା  ଓ ଭାଙ୍ଗିରୁଜି ଯାଇଥିବା ପ୍ଲାଟଫର୍ମଗୁଡିକର ମରାମତି କରାଯିବା ପାଇଁ ବୁଦ୍ଧିଜିବୀ ମହଲରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *