Wednesday , June 16 2021
Breaking News
Home / ବିଶେଷ / ମିଳିତ ସିଭିଲ-ମିଲିଟାରୀ ପଶ୍ରିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ମିଳିତ ସିଭିଲ-ମିଲିଟାରୀ ପଶ୍ରିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଲୋକଙ୍କ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରର ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି -ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଭାରତର ସାଧାରଣ ନାଗିରକଙ୍କ ଇଜ୍ ଅଫ୍ ଲିଭିଙ୍ଗକୁ ସୁବିଧା କରିବା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରରେ ଥିବା ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି ବୋଲି ଗୁରୁବାର ମସୁରୀର ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀ ଠାରେ ଆୟୋଜିତ ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱ ଉର୍ଜା ଭୂଦୃଶ୍ୟରେ ଭାରତକୁ ଏକ ପ୍ରେରକ ଶକ୍ତି ବନାଇବା ପାଇଁ ପ୍ରସ୍ତୁତ ରୋଡମ୍ୟାପ୍ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଥିବା ଉର୍ଜା ନ୍ୟାୟ ଚାରୋଟି ସ୍ତମ୍ଭରେ ତିଆରି ଏବଂ ସେ ଗୁଡିକ ହେଲା ଉର୍ଜାର ପହଁଚ, ଉର୍ଜା ଦକ୍ଷତା, ଉର୍ଜାର ସ୍ଥିରତା ଏବଂ ଉର୍ଜାର ସୁରକ୍ଷା ।
ଶ୍ରୀ ପ୍ରଧାନ କହିଥିଲେ ଯେ ଆମର ନୀତିର ଯେଉଁ ଦିଗ ଅଛି, ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବରେ ବ୍ୟବହାର କରାଯାଇପାରିବ । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବିଭିନ୍ନ ବହୁ ପକ୍ଷ ଏଜେନ୍ସି ଦ୍ୱାରା ସଫଳତା ହାସଲ କରିଛି । ବିଶେଷ ଭାବରେ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *