Wednesday , August 4 2021
Breaking News
Home / ବିଶେଷ / ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ

ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ଲକ୍ଷ୍ମୀସାଗରର ଗ୍ରାମଦେବତୀ ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ୮ ତାରିଖ ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଦେବୋତର କମିଶନ ଓଡ଼ିଶାଙ୍କ ପତିତପାବନ ଟ୍ରଷ୍ଟ ବୋର୍ଡ଼ ଇଣ୍ଡେକ୍ସ ନଂ-୧୨୦ (ପି) ଦୃଷ୍ଟେ ଗ୍ରାମଦେବତୀଙ୍କ ମନ୍ଦିର ଥିବାରୁ ନୀତିନିୟମ ମୁତାବକ ମା’ଙ୍କ କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେଉଛି । ପ୍ରଥମେ ସୂର୍ଯ୍ୟପୂଜା ପରେ ମା’ଙ୍କ ମାର୍ଜଣା ବିଧି ମୁତାବକ ଭକ୍ତିମତି ମାତୃମଣ୍ଡଳୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ସମ୍ପନ୍ନ ହୋଇଛି । ଘଂଟ ଘଂଟା, ମୃଦଳ ଓ ଶଙ୍ଖ କୀର୍ତନର ଧ୍ୱନିରେ ମା’ଙ୍କ ପ୍ରାଙ୍ଗଣ ପ୍ରକମ୍ପିତ ହେବା ପରେ ପରେ ଶହ ଶହ ନରନାରୀ ଆନନ୍ଦଳରେ ପ୍ରସାଦ ସେବନ କରିଥିଲେ ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଶାନ୍ତ କୁମାର ପରିଡ଼ା ଏକ ଲିଖିତ ବିବୃତିରେ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *