Monday , June 14 2021
Breaking News
Home / ବିଶେଷ / ମାହାଳହାଟ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ 

ମାହାଳହାଟ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ 

ତାରପୁର,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ଉତରକୂଳ ପଂଚାୟତ ଅନ୍ତର୍ଗତ ମୁଗୁରିଆ ମୌଜାର ମାହାଳହାଟ ଠାରେ ଏକ ହନୁମାନ ମନ୍ଦିର ନିର୍ମାଣ ହେଉଥିଲା । ପ୍ରାୟ ୫ ବର୍ଷ ତଳେ ଯାହା ନିର୍ମାଣ କରାଯାଇଥିଲା , ଏବେ ମଧ୍ୟ ସେହି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ଶ୍ରଦ୍ଧାଳୁ ମାନେ ଏହି ଅର୍ଦ୍ଧ ନିର୍ମିତ ହନୁମାନ ମନ୍ଦିରର ନିର୍ମାଣ ସମ୍ପୂର୍ଣ୍ଣ ହେବା ଚାହାନ୍ତି । କିନ୍ତୁ ଇତି ମଧ୍ୟରେ ୫ ବର୍ଷ ହେଲା ଏହାର କୌଣସି କାର୍ଯ୍ୟ କରାଯାଉନଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି ।  ନିଜ ନାମ ପ୍ରକାଶ ନକରିବାକୁ ଅନୁରୋଧ କରି ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ ଏହି ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ରହିଛି ଏବଂ ମୂର୍ତି ନିର୍ମାଣ  ପାଇଁ ମଧ୍ୟ ବରାଦ କରାଯାଇ ଆବଶ୍ୟକ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଛି । ମୂର୍ତି ଆସି ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ପ୍ରତିଷ୍ଠା କରାଯିବ । କେବଳ ଅବହେଳା ରୁ ଏହା ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ତେଣୁ ଏହାକୂ ବର୍ଷା ଦିନ ଶେଷ ହେବା ମାତ୍ରେ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପ୍ରତିଷ୍ଠା କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ବହୁ ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *