Tuesday , June 15 2021
Breaking News
Home / ବିଶେଷ / ମାହାଙ୍ଗା : ବେଆଇନ ଇଟାଭାଟି ଉପରେ ତହସିଲଦାରଙ୍କ ଚଢ଼ାଉ

ମାହାଙ୍ଗା : ବେଆଇନ ଇଟାଭାଟି ଉପରେ ତହସିଲଦାରଙ୍କ ଚଢ଼ାଉ

ମାହାଙ୍ଗା,୧୮/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା): ଅନୁମତି ନଥାଇ ମାହାଙ୍ଗା ବ୍ଲକ ଅଂଚଳରେ କିପରି ଚାଲୁଥିଲା ବେଧଡକ ଇଟା ବେପାର ? ମାହାଙ୍ଗା ତହସିଲ ଅଧିନରେ ଏହି ବେଆଇନି ଇଟା ବେପାର ଉପରେ ବର୍ଷ ବର୍ଷ ଧରି କାହିଁକି ଲାଗୁନଥିଲା ଅଙ୍କୁଶ? ଗ୍ରାମାଞ୍ଚଳରେ ପରିବେଶ ପ୍ରଦୂଷଣ ପାଇଁ ଏହି ଇଟା ବେପାରୀଙ୍କୁ ଦାୟୀ କରୁଛନ୍ତି ସାଧାରଣ ଲୋକେ । ଅନ୍ୟପକ୍ଷରେ ବିଜୁ ପକ୍କା ଘର, ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଗରୀବ ହିତାଧିକାରୀ ଏହିସବୁ ଇଟା ଉପରେ ନିର୍ଭରଶୀଳ ବୋଲି କୁହାଯାଉଛି ।
ସରକାରୀ ଅନୁମତି ନଥାଇ ବିପୁଳ ପରିମାଣରେ ରାଜସ୍ବ ଫାଙ୍କିବା ସାଙ୍ଗକୁ, ବହୁଲୋକ ଇଟା ବେପାର ଚଳେଇଥିବା ଅଭିଯୋଗ ହେଉଛି । ଏସବୁ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ବେଆଇନ ଇଟା ବେପାର କରୁଥିବା ଲୋକଙ୍କ ବିରୁଦ୍ଧରେ ନିଆଯିବକି\’ କାର‌୍ୟ୍ୟାନୁଷ୍ଠାନ ?
ନୂଆ ତହସିଲଦାର ଭାବେ ମାହାଙ୍ଗାରେ ମଧୁସୂଦନ ନାୟକ ଯୋଗଦେବା ପରେ ପୁରା ଆକ୍ସନ ମୁଡ଼କୁ ଆସିଛି ତହସିଲ ପ୍ରଶାସନ । ଆଜି ବେଆଇନ ଭାବେ ଇଟା ପଡୁଥିବା କୋଳିଅଠା ଏବଂ ସମସରପୁର ଆରଆଇ ସର୍କଲରେ ପ୍ରଶାସନ ଚଢ଼ାଉ କରିବା ଖବର ମିଳିଛି । ଏଭଳି ବେଆଇନ ଇଟାଭାଟି ମାଲିକଙ୍କ ବିରୁଦ୍ଧରେ ଆଇନିଗତ ପଦକ୍ଷେପ ନିଆଯିବବୋଲି ରାଜସ୍ବ ଅଧିକାରୀ ମାନଙ୍କୁ ନେଇ ୨ ଦିନ ତଳେ ବୈଠକ କରିଛନ୍ତି ତହସିଲଦାର । କେଉଁ ସର୍କଲ ଭିତରେ କେତେ ଇଟାଭାଟି ରହିଛି, ସେମାନଙ୍କ ଉପରେ ଜୋରିମାନା ହେଉଛି କି\’ ନାହିଁ,ପ୍ରଶାସନ ପକ୍ଷରୁ କେତେ ବେଆଇନ ଇଟା ବେପାରୀଙ୍କୁ ନୋଟିସ କରାଯାଇଛି, ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଯେଉଁମାନେ ବେଆଇନ ଭାବରେ ଇଟା ବ୍ୟବସାୟ ଚଳାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବ ବୋଲି ତହସିଲଦାର କହିଛନ୍ତି ।
ପରିବେଶ ପ୍ରଦୁଷଣ ସାଙ୍ଗକୁ ସମସ୍ତ ନିତି ନିୟମକୁ ଫୁ’କରି କରୋନା ସମୟରେ ବେଆଇନ ଇଟାଭାଟି ତିଆରି କରୁଥିବା ଲୋକଙ୍କ ଉପରେ ଲାଗିବକି ବଡ଼ ଅଙ୍କୁଶ ? ଅନ୍ୟ ପକ୍ଷରେ ଲକଡାଉନ ଯୋଗୁଁ ଗ୍ରାମାଞ୍ଚଳରେ ନାହିଁନଥିବା ଅଭାବ ଅସୁବିଧାରେ ଥିବା ଲୋକେ ଏହି ଇଟା ପକା କାମରେ ନିୟୋଜିତ ଥିବା ଦେଖିବାକୁ ମିଳୁଥିଲା । ଯୁବକ ମାନେ ବେକାର ହୋଇ ଘରେ ବସିରହିବା ଯୋଗୁଁ ସମସ୍ୟା ବଢୁଥିଲା । ରୋଜଗାର ପାଇଁ ଅନ୍ୟ ପନ୍ଥା ନଥିବାରୁ ବହୁ ଲୋକ ଇଟା ଭାଟିରେ କାମକରି ସେଇ ଅର୍ଥରେ ନିଜ ନିଜର ପରିବାର ଚଳାଉଥିଲେ । ଇଟା ପୋଡିବା ପାଇଁ ଯଦି ପ୍ରଶାସନ ଅନୁମତି ନଦିଏ ଏମାନେ ଚଳିବେ କିପରି ବୋଲି ଉଠିଛି ପ୍ରଶ୍ନ ?
ଯେଉଁସବୁ ପଞ୍ଚାୟତରେ ସରକାରଙ୍କୁ ରାଜସ୍ବ ଫାଙ୍କି ଅନୁମତି ନନେଇ, ବେଆଇନ ଭାବେ ଇଟାପଡୁଥିଲା,ଏଣିକି ସେଠାରେ ଯେପରି ପୁନର୍ବାର ଇଟାଭାଟି ନପଡେ଼, ସେ ନେଇ ବ୍ୟାପକ ସଜାଗ ରହିଛି ପ୍ରଶାସନ । ଆଗରୁ ରୟାଲିଟି ଦେଉ ନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିଛି ପ୍ରଶାସନ । ଗ୍ରାମାଞ୍ଚଳରେ ଇଟା ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହେଇଗଲେ,ଭାଟିରେ କାମକରୁଥିବା ବହୁ ଶ୍ରମିକଙ୍କୁ ଜୀବିକା ହରାଇବାକୁ ପଡିବ ବୋଲି କୁହାଗଲେବି ଆଇନିଗତ ପ୍ରତିବନ୍ଧକ ଯୋଗୁଁ ଇଟା ପୋଡ଼ିବାକୁ ଅନୁମତି ଦିଆଯାଉନି । ରାଜସ୍ବ ଆଦାୟ କରାଯାଇ ସରକାରୀ ନିୟମରେ କୋହଳ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି । ଜିଲ୍ଲା ପ୍ରଶାସନ ଏଦିଗରେ ପୁନର୍ବିଚାର କରୁବୋଲି ଚର୍ଚ୍ଚା ହେଉଛି । ତେବେ ଗ୍ରାମାଞ୍ଚଳ ଗୁଡିକରେ ଜନବସତି ଠାରୁ ଦୂରରେ ଇଟା ପୋଡ଼ିବାକୁ କେବେ ମିଳୁଛି ଅନୁମତି ସେକଥା ସମୟ କହିବ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *