Sunday , June 13 2021
Breaking News
Home / ରାଜନୀତି / ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଜେଡିର ପ୍ରେସମିଟ

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଜେଡିର ପ୍ରେସମିଟ

ମାହାଙ୍ଗା,୦୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛି ଶାସକ ବିଜେଡି । ଅପରାଧୀ ଯେ କେହି ହୁଅନ୍ତୁନା କାହିଁକି, ସେମାନଙ୍କ ବିରୁଦ୍ଧରେ ଆଇନିଗତ କାର୍ୟ୍ୟାନୁଷ୍ଠାନ ପାଇଁ ଦଳ ଯୋର ଦେଇଛି । କିନ୍ତୁ ଶାସକ ଦଳର ନେତାଙ୍କୁ ଅଯଥାରେ ଏହି ବିବାଦ ଭିତରକୁ ଟାଣି ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରୁଚି ବୋଲି, ଦଳର ବ୍ଲକ ଚେୟାରମ୍ୟାନ ଶରତ ନାୟକ ଓ ଭାଇସ ଚେୟାରମ୍ୟାନ ରସିଦା ବେଗମ କହିଛନ୍ତି ।
ଗତ ଗୁରୁବାର ଦିନ ବିଜେପି ଓ ଆଜି କଂଗ୍ରେସ ମୃତକଙ୍କ ଗାଆଁରେ ପହଂଚି, ସମବେଦନା ଆଳରେ ରାଜନୀତିର ରୁଟି ସେକୁଥିବା ବିଜେଡି ଅଭିଯୋଗ ଆଣିଛି । ହତ୍ୟା ଘଟଣାରେ ୭ ଜଣ ଅପରାଧୀ ଗିରଫ ପରେ ବିରୋଧୀ ଅନ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁବୋଲି କହିବା ବଦଳରେ, ନିଜ ପତିଆରା ଦେଖାଉଥିବା ଶରତ କହିଛନ୍ତି । ବିଜେଡିର ଏହି ପ୍ରେସମିଟ ରେ ସେ କହିଲେ ଦୁର୍ନୀତି ବିରୁଦ୍ଧରେ କୁଳମଣି ବାବୁ ଲଢୁ ନଥିଲେ । ନିଜେ ଓ ନିଜ ପରିବାର ସଦସ୍ୟ ମାନେ ଅପରାଧିକ କାର୍ୟ୍ୟକଳାପରେ ଲିପ୍ତ ଥିଲେ । ବିଜେଡି ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସବୁବେଳେ ଗୁରୁତ୍ୱ ଦେଇଆସିଛି । ବିରୋଧୀଙ୍କ କୁମ୍ଭୀର କାନ୍ଦଣା ମାହାଙ୍ଗାବାସୀ ଭଲଭାବରେ ବୁଝିସାରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଯୁବବିଜେଡି ସଭାପତି ଶରତ ମହାପାତ୍ର, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସ୍ୱାଧୀନ ମହାନ୍ତି, ତ୍ରିନାଥ ଯେନା, ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *