Monday , June 14 2021
Breaking News
Home / ରାଜନୀତି / ମାହାଙ୍ଗା କଂଗ୍ରେସରେ ଗୋଷ୍ଟି କନ୍ଦଳ – ଛୁରା ମାଡ଼ରେ ଜଣେ ଆହତ

ମାହାଙ୍ଗା କଂଗ୍ରେସରେ ଗୋଷ୍ଟି କନ୍ଦଳ – ଛୁରା ମାଡ଼ରେ ଜଣେ ଆହତ

ମାହାଙ୍ଗା,୨୯/୧୨ /୨୦୨୦(ଓଡିଶା ସମାଚାର/ଅଭୟ ଜେନା): କିଏ ଏବେ ମାହାଙ୍ଗା କଂଗ୍ରେସର ମଙ୍ଗୁଆଳ ? ଦଳରୁ ଟିକେଟ ପାଇ ପରାସ୍ତ ହୋଇଥିବା ଦେବେନ୍ଦ୍ର ସାହୁ , ନାଁ’ ଟିକେଟ ଦୋୖଡ ରେ ପଛରେ ପଡ଼ିଯାଇଥିବା ଯୁବ ନେତା ପ୍ରଦୀପ୍ତ ଦାସ ? ଉଭୟ ଗୋଷ୍ଟି ପରସ୍ପର ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା ।

ପୂର୍ବତନ ମନ୍ତ୍ରୀ ମତୁଲୁବ ଅଲ୍ଲୀଙ୍କ ମୃତ୍ୟୁ ପରେ ତାଙ୍କ ଅନୁଗତ ପ୍ରଦୀପ୍ତ ଦାସ ନିଜକୁ ଦଳର ଅଘୋଷିତ ନେତା କହି, ଯୁବ କଂଗ୍ରେସ ବ୍ୟାନରରେ ସଭା କରିବା ତା’ଙ୍କୁ ଏଠି ମହଙ୍ଗା ପଡିଛି । ପିସିସି ସଭାପତିଙ୍କ ଅନୁମୋଦନ କ୍ରମେ ଦେବେନ୍ଦ୍ର ସାହୁ ମାହାଙ୍ଗାରୁ କଂଗ୍ରେସ ଟିକେଟ ପାଇ ଭୋଟ ଲଢ଼ିଥିଲେ । ତେବେ ମତୁଲୁବ ଅନୁଗତ ଦେବେନ୍ଦ୍ରଙ୍କୁ ତୀବ୍ର ବିରୋଧ କରିବା ସେତେବେଳେ ଦେଖିବାକୁ ମିଳିଥିଲା । ଯାହାର ବଦଲା ନେବାକୁ ଦେବେନ୍ଦ୍ର ସମର୍ଥକ ମାନେ ଆଜି ମଣିଜୋରି ଠାରେ ପ୍ରଦୀପ୍ତ ଦାସଙ୍କ ସଭାକୁ ଭଣ୍ଡୁର କରିଦେବା ଦେଖିବାକୁ ମିଳିଛି । କଂଗ୍ରେସ ସଭାରେ ଛୁରୀ ଚଳେଇବା ଘଟଣା ଆଲୋଡନ ସୃଷ୍ଟି କରିଛି । ପ୍ରଦୀପ୍ତଙ୍କ ସଭାରେ ଉପସ୍ଥିତ କଂଗ୍ରେସ କର୍ମୀ ତଥା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମେଶ ସାହୁଙ୍କୁ ରକ୍ତାକ୍ତ ଆକ୍ରମଣ ହୋଇଛି ।
ପୋଲିସ ଆହତ ସାହୁଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇବା ଜଣାପଡିଛି । ଆହତ ଶିକ୍ଷକଙ୍କ ପେଟରେ ଛୁରା ମାଡ଼ ହେବା ଅଭିଯୋଗ ଆସିଛି । ଏନେଇ ଥାନାରେ ଏତଲା ଦିଆଯିବ ବୋଲି ଆହତ କଂଗ୍ରେସ କର୍ମୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ପୂର୍ବତନ ଯୁବ କଂଗ୍ରେସ ସମ୍ପାଦକ ପ୍ରଦୀପ୍ତ ଦାସ କହିଛନ୍ତି ଗୁଳିର ଜବାବ ଗୁଳିରେ ଏବଂ ଛୁରୀର ଜବାବ ଛୁରୀରେ ଦିଆଯିବ । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଅପରାଧୀ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ପ୍ରତିକ୍ରିୟା ରଖିଛି । ତେବେ ଲୋକେ ପ୍ରଶ୍ନ କରିଛନ୍ତି ଇଏ କଣ ସେଇ ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶରେ ପରିଚାଳିତ କଂଗ୍ରେସ ? ମାହାଙ୍ଗାରେ ଲଗାତର ପାଞ୍ଚ ଥର ପରାସ୍ତ ହୋଇଥିବା କଂଗ୍ରେସ ମାତ୍ର ଚଉଦ ହଜାର ଭୋଟକୁ ଆଉ କେତେ ଭାଗ ଭାଗ କରିପାରିବ ସେକଥା ସମୟ କହିବ । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *