Thursday , June 17 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ମାସ ମାସ ଧରି ଷ୍ଟେଟ ବ୍ୟାଙ୍କର ଏଟିଏମ ଅଚଳ – ବ୍ୟାଙ୍କ କର୍ତୃପକ୍ଷ ନିଦା ବିଷ୍ଣୁ

ମାସ ମାସ ଧରି ଷ୍ଟେଟ ବ୍ୟାଙ୍କର ଏଟିଏମ ଅଚଳ – ବ୍ୟାଙ୍କ କର୍ତୃପକ୍ଷ ନିଦା ବିଷ୍ଣୁ

ଜଗତସିଂହପୁର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଅଧିନସ୍ଥ ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଏକ ମୁସଲମାନ ବହୁଳ ଅଂଚଳ । କୃଷ୍ଣାନନ୍ଦପୁର ପଂଚାୟତ ଓ ଏହାର ପଡ଼ୋସି ପଂଚାୟତର ଲୋକେ ଏଠାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି । ଫଳରେ ଏଠାରେ ଥିବା ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ବଢ଼ି ବଢ଼ି ଚାଲିଥିବାବେଳେ ଲୋକମାନଙ୍କର ଆବଶ୍ୟକତାକୁ ଆଖିଆଗରେ ରଖି କୃଷ୍ଣାନନ୍ଦପୁର ଠାରେ ଆଲାହାବାଦ ବ୍ୟାଙ୍କ ଓ ଏଟିଏମ କାଉଂଟର ଖୋଲିଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କର ଶାଖା ଓ ଏଟିଏମ କାଉଂଟର ଖୋଲିଛି । ସେହିପରି ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡ଼ା ମୁଖ୍ୟ ଶାଖା କାର୍ଯ୍ୟାଳୟ ଅଧିନ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଶାଖା ଷ୍ଟେଟ ବ୍ୟାଙ୍କର ଏକ ଗ୍ରାହକ ସେବା କେନ୍ଦ୍ର ଓ ଏକ ଏଟିଏମ କାଉଂଟର ମଧ୍ୟ ଖୋଲିଛି । ତିନି ତିନୋଟି ଏଟିଏମ କାଉଂଟର ଥାଇ ମଧ୍ୟ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି । ଅଧିକାଂଶ ସମୟରେ ତିନୋଟି ଯାକ ଏଟିଏମ କାଉଂଟର ବନ୍ଦ ରହୁଛି । ତେବେ ଆଲାହାବାଦ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ର ଶାଖା ରହୁଥିବାରୁ ଦିନେଅଧେ ଯାନ୍ତ୍ରୀକ ତୃଟି କିମ୍ବା ପାୱାର ସମସ୍ୟା ଯୋଗୁ ବନ୍ଦ ରହୁଥିବାବେଳେ ଷ୍ଟେଟବ୍ୟାଙ୍କର ଏଟିଏମ୍ କାଉଂଟର ସର୍ବଦା ଏପରିକି ମାସ ମାସ ଧରି ବନ୍ଦ ରହୁଛି । ଏ ସମ୍ପର୍କରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଗ୍ରାହକମାନେ ବାରମ୍ବାର ଏଟିଏମ ବନ୍ଦ ରହୁଥିବା ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଥିପ୍ରତି କେନ୍ତଦ୍ରାପଡ଼ା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ଚିଫ ମ୍ୟାନେଜର , ଷ୍ଟେଟ ବ୍ୟାଙ୍କର ଉଚ୍ଚ ସ୍ତରୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ଗ୍ରହକ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *