Thursday , June 17 2021
Breaking News
Home / ବିଶେଷ / ମାଲକାନଗିରି ପୌର ପରିଷଦ ବିକାଶ ପାଇଁ ୪ କୋଟି

ମାଲକାନଗିରି ପୌର ପରିଷଦ ବିକାଶ ପାଇଁ ୪ କୋଟି

ମାଲକାନଗିରି,୨୬/୧୦/୨୦୧୯(ଓଡ଼ିଶା ସମାଚାର)-ମାଲକାନଗିରି ପୌର ପରିଷଦରେ ଡ୍ରେନୟ, ରାସ୍ତା, ଅଳିଆ ଆବର୍ଜନା ସମସ୍ୟା ଲାଗି ରହିଛି । ଏ ନେଇ ପୌର ପରିଷଦର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ୨୦୧୯- ୨୦ ଆର୍ଥିକ ବର୍ଷରେ ଚାରି କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଗତ ଏକ ବର୍ଷରୁ ଊଦ୍ଧ୍ୱର୍ ହେବ ପୌରପରିଷଦ ରଦ୍ଧ ହୋଇଥିବା ବେଳେ ବର୍ତମାନ ନୂତନ କାଉନସିଲ ଗଠନ ହୋଇନାହିଁ । ଜିଲାପାଳ ମନିଷ ଅଗ୍ରୱାଲ ଏହି ଦାୟିତ୍ୱରେ ରହିଛନ୍ତି । ମାଲକାନଗିରିର ୨୧ଗୋଟି ୱାର୍ଡରେ ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ଓ ନୂତନ ରାସ୍ତା, ରାସ୍ତା ପ୍ରଶସ୍ତୀକରଣ ଓ କଲଭର୍ଟ ନିର୍ମାଣ ପାଇଁ ଏକ ଏକ୍ସନ ପ୍ଲାନ ତିଆରି ହୋଇଛି । ଏଥିନେଇ କେଉଁ ପ୍ରକଳ୍ପରେ କେତେ ଅର୍ଥ ଖର୍ଚ୍ଚ ହେବ ସେଥିପାଇଁ ମଧ୍ୟ ଅର୍ଥ ବ୍ୟୟ ବରାଦ ହୋଇଛି । ନୂତନ ପ୍ରଜେକ୍ଟ ତିଆରି ହୋଇଛି । ମୁଖ୍ୟତଃ ପ୍ରଧାନୀଗୁଡା ଖେଳ ପଡିଆରେ ଗାଲେରି ନିର୍ମାଣ, ମୁଣ୍ଡାଗୁଡାଠାରେ ଡବ୍ଲୁ୍ୟବିଏମ ରାସ୍ତା, ତଳସାହିରେ ବିଟି ରୋଡ, ନାକଟିମା ମନ୍ଦିର ନିକଟରେ ଆରସିସି ଡ୍ରେନ ଏବଂ ସ୍ପେଶାଲ ବ୍ରାଂଚଠାରୁ ନାକଟିମା ମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ମହେଶ୍ୱରୀ ଭବନଠାରେ ଆରସିସି ଡ୍ରେନ ଓ କଲଭର୍ଟ ନିର୍ମାଣ, ମାଲକାନଗିରି ଦୈନିକ ବଜାରରେ ଶୌଚାଳୟ, ଗୁଗୁଲ କଲୋନୀରେ ରାସ୍ତା ନିର୍ମାଣ, ବସ୍ଷ୍ଟାଣ୍ଡ ଉନ୍ନତିକରଣ, ଜୟପୁରିଆଗୁଡାଠାରେ ଆରସିସି କଲଭର୍ଟ ଓ ଆପ୍ରୋଚ ରୋଡ, ୱାର୍ଡ ନଂ ୯ରେ ଶିଶୁ ଉଦ୍ୟାନ, ଶିରିଡି ସାଇ ମନ୍ଦିର ନିକଟରେ ଆରସିସି ରୋଡ ଓଳଲଭର୍ଟ ନିର୍ମାଣ ଆଦି ବହୁ ଯୋଜନା ଚଳିତ ଆର୍ଥିକ ବର୍ଷରେ ରହିଛି । ଦିପାବଳୀ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଏହିସବୁ ଅଂଚଳର ବିକାଶ କରାଯିବ ବୋଲି ନିର୍ବାହୀ ଅଧିକାରୀ ଏମ୍. ନିଳକଣ୍ଠ ନାଇଡୁ ପ୍ରକାଶ କରିଛନ୍ତି । ନିର୍ବାହୀ ଅଧିକାରୀ ନାଇଡୁ ପୌର ପରିଷଦର କର୍ମଚାରୀଙ୍କୁ ନେଇ ବିଭିନ୍ନ ୱାର୍ଡଗୁଡିକ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କିଭଳି ଭାବେ ଆହୁରି ଅଂଚଳର ବିକାଶ କରାଯିବ ବୋଲି ଅଂଚଳର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *