Sunday , June 20 2021
Home / ତାଜା ଖବର / ମା’ର ଦ୍ୱାଦଶାହରେ ପୁଅର ମୃତ୍ୟୁ

ମା’ର ଦ୍ୱାଦଶାହରେ ପୁଅର ମୃତ୍ୟୁ

କେନ୍ଦ୍ରାପଡା, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ଜଣେ ମା’ର ଦ୍ୱାଦଶାହରେ ପୁଅର ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣା ଘଟିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ହାଲପୁର ଗ୍ରାମର  ଶୁକଦେବ ବେହୁରାଙ୍କ ପତ୍ନୀଙ୍କର ୧୨ଦିନ ତଳେ ମୃତ୍ୟୁ ହୋଇଥିଲା । ତାଙ୍କର କ୍ରୀୟାକର୍ମ କରୁଥିବା ପୁଅ  ପରିକ୍ଷୀତ ବେହୁରାଙ୍କର ଗତକାଲି ରାତିରେ ୪୫ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପରିକ୍ଷୀତ ଶ୍ୟାମସୁନ୍ଦରପୁର ଗଡା ନିକଟରେ ପଶୁପତି ନାମକ ଏକ ହୋଟେଲ ଖୋଲି ପରିବାର ପ୍ରତିପୋଷଣ କରୁଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *