Thursday , August 5 2021
Breaking News
Home / ବିଶେଷ / ମାରୱାଡି ଯୁବ ମଂଚ କଟକ ଶାଖା ମୂଳମନ୍ତ୍ର ସେବା

ମାରୱାଡି ଯୁବ ମଂଚ କଟକ ଶାଖା ମୂଳମନ୍ତ୍ର ସେବା

କଟକ, ୦୩/୦୬/୨୦୨୧(ଓଡ଼ିଶା ସମାଚାର /ଦେବାଶିଷ ରଥ)- ବୁଧବାର ସକାଲ ୧୦ ଟା ସମୟରେ ମାରୱାଡି ଯୁବ ମଂଚ କଟକ ଶାଖା ଦ୍ୱାରା ଅଖିଳ ଭାରତୀୟ ମାରୱାଡି ଯୁବ ମଂଚର ରାଷ୍ଟ୍ରୀୟ ପ୍ରକ୍ଲପ “ଆନନ୍ଦ ସବ କେ ଲିୟେ” କାର୍ୟ୍ୟକ୍ରମ ଅନୁସାରେ କଟକ ବିଜୁ ପଟନାୟକ ଛକ ସ୍ଥିତ “ଦୟା ଆଶ୍ରମ” ରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଜନସମ୍ପର୍କ ଅଧିକାରୀ ୟୁବା ଶ୍ୟାମ ଗୋୟନକା କହିଛନ୍ତି ଯେ ମାରୱାଡି ଯୁବ ମଂଚ କଟକ ଶାଖା ସଦସ୍ୟ ଶ୍ରୀ ମହେନ୍ଦ୍ର ଅଗ୍ରୱାଲ ଏବଂ ଶ୍ରୀମତୀ ଅନିତା ଅଗ୍ରୱାଲଙ୍କ ବିବାହର ପଚିଶ ବର୍ଷ ପୁର୍ତ୍ତୀ ଅବସରରେ ଆଶ୍ରମ ରେ ରହୁଥିବା ୫୦ ଜଣଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ମାରୱାଡି ଯୁବ ମଂଚ କଟକ ଶାଖା ସଭାପତି ୟୁବା ସଚିନ ଉଦୟପୁରିୟା କହିଛନ୍ତୀ ଯେ ଆଶ୍ରମ ରେ ରହୁ ଥିବା ୫୦ ଜଣଙ୍କ ରୁଟି, ବିସ୍କୁଟ, ବନ୍ଧାକୋବି, ଆମ୍ବ ଏବଂ ମାସ୍କ ଯୋଗାଇ ଦିଆଯାଇଥିଲା। ଲକଡାଉନ୍ ପରିସ୍ଥିତି ଥିଲେ ମଧ୍ୟ ଶାଖା ସଚିବ ୟୁବା କିଶୋର କୁମାର ଆଚାର୍ୟ୍ୟ ଏବଂ ସଦସ୍ୟମାନଙ୍କ ଯୋଗଦାନ ଅତୁଳନୀୟ ଥିଲା । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *