Thursday , June 17 2021
Breaking News
Home / ବିଶେଷ / ମାରୱାଡି ଯୁବ ମଂଚ ଓ କମିଶନରେଟ ପୁଲିସର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ୯୨ ୟୁନିଟ ରକ୍ତ ସଂଗ୍ରହ

ମାରୱାଡି ଯୁବ ମଂଚ ଓ କମିଶନରେଟ ପୁଲିସର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ୯୨ ୟୁନିଟ ରକ୍ତ ସଂଗ୍ରହ

କଟକ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- କଟକ ତେରାପନ୍ଥ ଭବନଠାରେ ମାରୱାଡି ଯୁବ ମଂଚ ଓ କମିଶନରେଟ ପୁଲିସର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୯୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜୋନ ୧ ଏସିପି ମାନସ ଗଡ଼ନାୟକ, ଜୋନ ୬ ଏସିପି ଶୁଭନାରାୟଣ ମୁଦୁଲି, ହେଡକ୍ୱାର୍ଟର୍ସ ଏସିପି ଲଳିତେନ୍ଦୁ ମହାନ୍ତି ଏବଂ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ । ଅତୁଲ କୋୟଲ ଏବଂ ହେମନ୍ତ ଅଗ୍ରୱାଲ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ । କମିଶନରେଟ ପୁଲିସର ଜୀବନ ଆଲୋକ ଅନ୍ତର୍ଗତ ଏହା ହେଉଛି ୪୦ତମ ରକ୍ତଦାନ ଶିବିର । ସୂଚନାଯୋଗ୍ୟ, କମିଶନରେଟ୍ ପୁଲିସ ପକ୍ଷରୁ ଜୀବନ ଆଲୋକରେ ବିଭିନ୍ନ ସ୍ଥାନରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୩୬୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *