Wednesday , June 16 2021
Breaking News
Home / ବିଶେଷ / ମାନବିକତା ଦେଖାଇଲେ ଜିଲାପରିଷଦ ସଦସ୍ୟ

ମାନବିକତା ଦେଖାଇଲେ ଜିଲାପରିଷଦ ସଦସ୍ୟ

ସାଲେପୁର,୦୩/୦୩/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):କଟକ ପାରାଦୀପ  ମୁଖ୍ୟ ରାସ୍ତା ର ସୋମପୁର୍ ରାସ୍ତା ପାର୍ଶ୍ବରେ ଜଣେ ଯୁବକ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ସମସ୍ତେ ତାଙ୍କୁ ଅଣଦେଖା କରି ଚାଲି ଯାଉଥିଲେ। ସେହି ସମୟରେ କିଶନନଗର ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ମଲିକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯୁବକଙ୍କୁ  ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖି ତାଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ପାଣି ଛିଞ୍ଚି ସଚେତ କରାଇଥିଲେ। ତାଙ୍କ ପାଖରେ ଏକ ବ୍ୟାଗ ପଡିଥିବା ଦେଖି ଉକ୍ତ ବ୍ୟାଗ ଖୋଲିଥିଲେ । ସେଥିରେ ପ୍ରାୟ ୯ ଲକ୍ଷ ଟଙ୍କା ଥିବାର ଦେଖି ଥିଲେ। ଏତେ ପରିମାଣର ଟଙ୍କା ଦେଖି ତାଙ୍କ ପାଖ ରେ ଥିବା ମୋବାଇଲ ଫୋନ ଦ୍ଵାରା ତାଙ୍କ ପାରିବାର ଓ କିଶନନଗର ପୋଲିସ ର ସହାୟତା ନେଇଥିଲେ। ଉକ୍ତ ବ୍ୟକ୍ତି ହେଲେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଗୋପୀନାଥ ସାହୁ।ପରେ ତାଙ୍କ ସମସ୍ତ ଟଙ୍କା ତାଙ୍କ ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ। ଏହି ଭଳି ଘଟଣା  ସାଧାରଣରେ ଜୋର ଚର୍ଚ୍ଚା ଧରିବା ସହ ବିଳାସ ମଲିକ ଙ୍କୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟୁଛି। ଏହି ମହାନ କାମ କରିବା ପରେ ବିଳାସ ମଲିକ ନିଜକୁ ବହୁତ୍ ଗର୍ବ ଅନୁଭବ କରିଥିବା କହିଛନ୍ତି। ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *