Sunday , June 20 2021
Home / ବିଶେଷ / ମାନବାଧିକାର କର୍ମୀଙ୍କ ଦୁଷ୍କର୍ମ ଶିକାର ଗର୍ଭବତୀ ନାବାଳିକାକୁ ସାହାର୍ଯ୍ୟର ହାତ

ମାନବାଧିକାର କର୍ମୀଙ୍କ ଦୁଷ୍କର୍ମ ଶିକାର ଗର୍ଭବତୀ ନାବାଳିକାକୁ ସାହାର୍ଯ୍ୟର ହାତ

ପାରାଦ୍ୱୀପ ୨୬/୦୪/୨୦୨୧(ଓଡ଼ିଶା ସମାଚାର)-ବନ୍ଦର ନଗରୀ ପାରାଦ୍ୱୀପର ଜଟାଧାରୀ ଥାନା ଅନ୍ତର୍ଗତ ଷଣ୍ଡକୁଦ ବସ୍ତିରେ କିଛିଦିନ ପୂର୍ବେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ତେବେ ଏହି ନିରୀହ ନାବାଳିକାକୁ ସାହାଯ୍ୟ କରିବା ପାଇଁ ମାନବାଧିକାର କର୍ମୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ନିକଟରେ ଶ୍ରୀମତୀ ଆଚାର୍ଯ୍ୟ ପାରାଦ୍ୱୀପର ଷଣ୍ଡକୁଦ ବସ୍ତିରେ ନାବାଳିକା ଘରେ ପହଂଚି ତାର ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ । କିଛିଦିନ ଭିତରେ ନାବାଳିକାର ସମସ୍ତ ପରୀକ୍ଷା ନିରିକ୍ଷା କରାଯାଇ ଜଗତସିଂହପୁରରେ ଥିବା ସୁଧାର ଗୃହରେ ରଖିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏତଦବ୍ୟତିତ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିବେ ବୋଲି ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *