Sunday , June 13 2021
Breaking News
Home / ବିଶେଷ / ମାଣିକପୁରରେ ରଥଯାତ୍ରା   

ମାଣିକପୁରରେ ରଥଯାତ୍ରା   

ପାଟକୁରା  ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଠାରେ ଆଜି ପାରମ୍ପରିକ ଭାବରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାଣିକପୁର ଗ୍ରାମର ହାଇସ୍କୁଲ ନିକଟରେ ଥିବା ଶ୍ରୀଜଗନ୍ନାଥ,ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ମନ୍ଦିରରୁ ଅପରାହ୍ନ ୪ଟାରେ ରଥ ପର୍ଯ୍ୟନ୍ତ ଗୋଟି ପହଣ୍ଡି କରାଯାଇ ଅଣାଯିବା ପରେ ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା । ଠାକୁରଙ୍କ ପ୍ରତିଷ୍ଠାତା ମାଣିକପୁର ଗ୍ରାମର ନରେଶ ଚନ୍ଦ୍ର ମହାନ୍ତି ଠାକୁର ରାଜାଙ୍କୁ ରଥ ପର୍ଯ୍ୟନ୍ତ ପାଛୋଟି ଆଣିବା ପରେ ଠାକୁର ରାଜା ସମାଜସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ ରଥ ଉପରେ ପାରମ୍ପରିକ ଭାବରେ ଛେରା ପହଁରା କରିଥିଲେ । ଘଂଟ,ହୁଳହୁଳି , ହରିବୋଲ ଓ ସଂକିର୍ତନ ଶଦ୍ଦରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ରଥ ଟଣା କାର୍ଯ୍ୟ ଅପରାହ୍ନ ୫ଟାରେ ଆରମ୍ଭ କରିଥିଲେ । ତିନି ଠାକୁରଙ୍କୁ ରଥରେ ଟାଣି ନେଇ ନିକଟସ୍ଥ ମାଣିକପୁର ଗଡା ଠାରେ ଥିବା ହନୁମାଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ନିଆଯାଇ ଥିଲା । ସେଠାରେ ଆଜି ରଥ ଅଟକିବ ଓ ଆସନ୍ତା କାଲି ରଥ ଟଣା ଯାଇ ସାରୁପାଳ ଗ୍ରାମ ନିକଟସ୍ଥ ଚିନ୍ତାମଣୀଶ୍ୱର ମହାଦେବ ମନ୍ଦିର ନିକଟରେ ଥିବା ମାଉଷୀ ମା’ ମନ୍ଦିରକୁ ନିଆଯିବ ଓ ସେଠାରେ ବାହୁଡା ଯାତ୍ରା ପର୍ଯ୍ୟନ୍ତ ତିନି ଠାକୁର ରହିବେ ବୋଲି ପ୍ରତିଷ୍ଠାତା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ସ୍ଥାନୀୟ ଖମଗାଁ ମାଣିକପୁର, ଭୂଷରଙ୍ଗ, ଭାଟପଡା, ନୂଆପଡା, ତାଳସଙ୍ଗା , ପଦ୍ମପୁର, ଗୋତ୍ରବିଲ, ବେରୁହାଁ ଆଦି  ଗ୍ରାମମାନଙ୍କରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଆସି ରଥ ଟଣା କାର୍ଯ୍ୟରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାଟକୁରା ଥାନା ପକ୍ଷରୁ ପୁଲିସ   ମୁତୟତ କରାଯାଇଥିଲା । ଦୀର୍ଘ ୪୦ ବର୍ଷ ଧରି ଏଠାରେ ପାରମ୍ପରିକ ଭାବରେ ରଥ ଟଣା କାର୍ଯ୍ୟ ହୋଇ ଆସୁଥିବା ସମ୍ପର୍କରେ ପ୍ରତିଷ୍ଠାତା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ସେହିପରି ବିଭିନ୍ନ ସ୍ଥାନମାନଙ୍କରେ ଶ୍ରଦ୍ଧାଳୁ ଭକ୍ତମାନେ ଛୋଟ ଛୋଟ ରଥ କରି ପ୍ରଭୁଙ୍କୁ ବସାଇ ରଥ ଟାଣୁଥିବାର ଦେଖାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *