Wednesday , June 23 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ମାକ୍ସ ବୁପା ହେଲ୍ଥ ଇନସୁ୍ୟରାନ୍ସ ଆଂଚଳିକ ସ୍ତରରେ ସ୍ଥିତି ସୁଦୃଢ଼ ପାଇଁ ଭୁବନେଶ୍ୱରରେ ବ୍ୟବସାୟ ଆରମ୍ଭ କଲା

ମାକ୍ସ ବୁପା ହେଲ୍ଥ ଇନସୁ୍ୟରାନ୍ସ ଆଂଚଳିକ ସ୍ତରରେ ସ୍ଥିତି ସୁଦୃଢ଼ ପାଇଁ ଭୁବନେଶ୍ୱରରେ ବ୍ୟବସାୟ ଆରମ୍ଭ କଲା

● ଆସନ୍ତା ୫ ବର୍ଷ ମଧ୍ୟରେ ଭୁବନେଶ୍ୱର ସହରର ୨୦୫୦୦ରୁ ଅଧିକ ଲୋକଙ୍କୁ ହେଲଥ୍ କଭର ଯୋଗାଇବା ଲକ୍ଷ୍ୟ ।
● ୨୦୨୪-୨୫ ସୁଦ୍ଧା ମାକ୍ସ ବୁପାର ଏଜେଂଟ୍ ଆଡଭାଇଜର ସଂଖ୍ୟା ଭୁବନେଶ୍ୱରରେ ୧୭୦୦ ହେବା ଲକ୍ଷ୍ୟ ।
● ଆସନ୍ତା ୫ ବର୍ଷରେ କମ୍ପାନୀ ୧୫ କୋଟି ପ୍ରିମିୟମ୍ ସଂଗ୍ରହ ସହିତ ପଲିସି କ୍ରୟ ୨୦ଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
● ଗ୍ରାହକ, ସହରରେ ୨୧ ନେଟ୍ୱାର୍କ ହସ୍ପିଟାଲ ଏବଂ ଦେଶର ୬୦୦୦ରୁ ଅଧିକ ହସ୍ପିଟାଲରେ କ୍ୟାସ୍ ଲେସ୍ ସ୍ୱାସ୍ଥ୍ୟସେବା ପାଇପାରିବେ ।
● ଚଳିତ ବର୍ଷ ୪୫ଟି ସହରରେ କମ୍ପାନୀ ସେବା ସମ୍ପ୍ରସାରଣ ଲକ୍ଷ୍ୟ ରଖିଛି । ଆସନ୍ତା ୨ ବର୍ଷ ମଧ୍ୟରେ ଅଫିସ ସଂଖ୍ୟା ୨୦୦ରେ ପହଂଚାଇବା ଲକ୍ଷ୍ୟ ରଖିଛି ।
ଭୁବନେଶ୍ୱର, ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ସ୍ୱାସ୍ଥ୍ୟ ବିମା ଉଦ୍ୟୋଗ କ୍ଷେତ୍ରରେ ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ କମ୍ପାନୀ ମାକ୍ସ ବୁପା ଇନସୁ୍ୟରାନ୍ସ ଏବେ ଭୁବନେଶ୍ୱରରେ ଗ୍ରାହକଙ୍କୁ ଏହାର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କାରବାର ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଛି । ଧିରେଧିରେ ଓଡ଼ିଶାର ଅନ୍ୟ ସହରରେ କମ୍ପାନୀ ସେବା ଯୋଗାଇବା ଲାଗି ଯୋଜନା କରିଛି । ଆସନ୍ତା ପାଂଚ ବର୍ଷ ମଧ୍ୟରେ କମ୍ପାନୀ ଭୁବନେଶ୍ୱର ସହରର ୨୦୫୦୦ରୁ ଅଧିକ ଲୋକଙ୍କୁ ହେଲଥ୍ କଭରେଜ୍ ଯୋଗାଇବା ଲକ୍ଷ୍ୟ ରଖିଛି । ମ୍ୟାକ୍ସ୍ ବୁପା ଭୁବନେଶ୍ୱର ଗ୍ରାହକଙ୍କୁ ସହରର ୨୧ଟି ନେଟ୍ ୱାର୍କ ହସ୍ପିଟାଲରେ କ୍ୟାସ୍ଲେସ୍ ହସ୍ପିଟାଲାଇଜେଶନ ସୁବିଧା ଯୋଗାଇବା ସହିତ ଦେଶର ୬୦୦୦ରୁ ଅଧିକ ହସ୍ପିଟାଲରେ ଆବଶ୍ୟକିୟ ସ୍ୱାସ୍ଥ୍ୟସେବା ଯୋଗାଇଦେଉଛି । କ୍ଲେମ୍ କରାଯିବାର ୩୦ ମିନିଟ୍ ମଧ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବ । ସମ୍ପ୍ରତି ଓଡ଼ିଶାର ଭୁବନେଶ୍ୱର ସମେତ ସମ୍ବଲପୁର ଏବଂ ବ୍ରହ୍ମପୁର ଆଦି ୩ଟି ସହରରେ କମ୍ପାନୀ ନିଜର ଉପସ୍ଥିତି ଜାହିର୍ କରିପାରିଛି ।
କୋଭିଡ୍-୧୯ ମହାମାରୀ ଲୋକଙ୍କ ମଧ୍ୟରେ ହେଲଥ୍ ଇନସୁ୍ୟରାନ୍ସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିଛି । ଉପଯୁକ୍ତ ଚିକିତ୍ସା ଦ୍ୱାରା ହେଉଥିବା ମେଡ଼ିକାଲ ଖର୍ଚ୍ଚରୁ କିପରି ସୁରକ୍ଷା ମିଳିବ ତାହା ଉପରେ ଲୋକ ଗୁରୁତ୍ୱାରୋପ କରୁଛନ୍ତି । ଓଡ଼ିଶାରେ ଇନୁସୁ୍ୟରାନ୍ସ୍ ଏଜେଂଟଙ୍କ ମଧ୍ୟରେ ହୋଇଥିବା ଏକ ସର୍ଭେ ଅନୁସାରେ କୋଭିଡ୍-୧୯ ପରେ ଲୋକ ଅଧିକ ହେଲଥ୍ ଇନସୁ୍ୟରାନ୍ସ ପ୍ରତି ଆକର୍ଷିତ ହେଉଛନ୍ତି । ତେବେ ଭୁବନେଶ୍ୱରରେ ଲୋକଙ୍କ ମଧ୍ୟରେ କେଉଁ ହେଲଥ୍ ଇନସୁ୍ୟରାନ୍ସ୍ କିଣିବା ଆବଶ୍ୟକ ସେନେଇ ଆବଶ୍ୟକିୟ ସଚେତନତା ନଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେଣୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାକ୍ସ୍ ବୁପା ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ସହରରେ ଏହାର କାରବାର ସମ୍ପ୍ରସାରଣ କରିବାର ଯୋଜନା ରଖିଛି । କମ୍ପାନୀ ପକ୍ଷରୁ ଲୋକଙ୍କ ମଧ୍ୟରେ ହେଲଥ୍ ଇନସୁ୍ୟରାନ୍ସ୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପ୍ରୟାସ କରାଯିବ ।
ଭୁବନେଶ୍ୱରରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୫ କୋଟିର ପ୍ରିମିୟମ୍ ସଂଗ୍ରହ ହାସଲ ଲକ୍ଷ୍ୟ ସହିତ ପଲିସି ବିକି୍ରକୁ ୨୦ ବୃଦ୍ଧି କରାଇବା ଲକ୍ଷ୍ୟ ରଖିଛି । ୨୦୨୪-୨୫ ସୁଦ୍ଧା ଭୁବନେଶ୍ୱରରେ କମ୍ପାନୀ ୧୭୦୦ ପାଖାପାଖି ଏଜେଂଟ୍ ନିଯୁକ୍ତ କରିବା ଲାଗି ଯୋଜନା କରିଛି ଏହାସହିତ କମ୍ପାନୀ ମଧ୍ୟ ମହିଳା ଏବଂ ଗୃହିଣୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ପରେ ଏଜେଂଟ୍ ଭାବେ ନିଯୁକ୍ତି କରିବା ପାଇଁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ସେମାନେ ଅନ୍ୟଙ୍କୁ ସାହାଯ୍ୟ କରିବା ସହିତ ନିଜର ଆର୍ଥିକ ବିକାଶ କରାଇ ଆତ୍ମନିର୍ଭର ହୋଇପାରିବେ ।
ଏହି ଅବସରରେ ମାକ୍ସ ବୁପା ହେଲଥ୍ ଇନସୁ୍ୟରାନ୍ସ୍ର ଅଣ୍ଡରରାଇଟିଂ, ପ୍ରଡ଼କ୍ଟ ଏବଂ କ୍ଲେମ୍ର ନିର୍ଦ୍ଧେଶକ ଡ. ଭବତୋଶ ମିଶ୍ର କହିଲେ, କୋଭିଡ୍-୧୯ ମହାମାରୀ ଆମକୁ ଜରୁରିକାଳୀନ ମେଡ଼ିକାଲ ସ୍ଥିତିରେ ହେଲଥ୍ ଇନସୁ୍ୟରାନ୍ସ୍ର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ଦେଇଛି । ସଚେତନତା ଯୋଗୁ ଇତିମଧ୍ୟରେ ଲୋକଙ୍କ ମଧ୍ୟରେ ହେଲଥ୍ ଇନସୁ୍ୟରାନ୍ସ୍ର ଚାହିଦା ବୃଦ୍ଧି ପାଇଛି । ଯାହାଦ୍ୱାରା ଦେଶରେ ଏହାର ବିକାଶ ହେବାର ସମ୍ଭାବନା ଦେଖାଦେଇଛି । ନୂଆ ବଜାରରେ ସମ୍ପ୍ରସାରଣ ଦ୍ୱାରା ମାକ୍ସ୍ ବୁପା ସତେଚନତା ବୃଦ୍ଧି ସହିତ ଭବିଷ୍ୟତରେ ସୃଷ୍ଟି ହେଉଥିବା ଅଜଣା ସ୍ଥିତିର ମୁକାବିଲା ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଛି ।
ଏହି ଅବସରରେ ମାକ୍ସ ବୁପା ହେଲଥ୍ ଇନସୁ୍ୟରାନ୍ସ୍, ରିଟେଲ୍ ସେଲ୍ସର ନିର୍ଦ୍ଧେଶକ ଅଙ୍କୁର ଖର୍ବଣ୍ଡା କହିଲେ, ମାକ୍ସ ବୁପା ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ନିଜର ସମ୍ପ୍ରସାରଣ କାର୍ଯ୍ୟ ଜାରି ରଖିଛି । ଓଡ଼ିଶା କମ୍ପାନୀ ପାଇଁ ଏକ ଉପଯୁକ୍ତ ବଜାର । ଏଠାରେ ଯୋଜନାବଦ୍ଧ ଭାବେ କମ୍ପାନୀ ସଚେତନତା ମାଧ୍ୟମରେ ବିକାଶ ଧାରାକୁ ଗୁରୁତ୍ୱ ଦେବ । ଆମେ ଓଡ଼ିଶାର ନୂଆ ନୂଆ ବଜାରରେ କାରବାର ସମ୍ପ୍ରସାରଣ ଲକ୍ଷ୍ୟ ରଖିଛୁ । ଚଳିତ ବର୍ଷ ଦେଶର ୪୫ଟି ନୂଆ ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ଅଫିସ ସ୍ଥାପନ ଲକ୍ଷ୍ୟ ନେଇ କମ୍ପାନୀ କାର୍ଯ୍ୟ କରୁଛି ।
ଦେଶର ଏକ ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍ ଭାବେ ମାକ୍ସ୍ ବୁପା ଗୁଣବତାଯୁକ୍ତ ସେବା ଦ୍ୱାରା ଏକ ଦଶନ୍ଧୀରୁ ଅଧିକ ସମୟ ଧରି କାରବାର ଜାରି ରଖିଛି । କମ୍ପାନୀ ପକ୍ଷରୁ ବିଭିନ୍ନ ରୋଗ ସମ୍ପର୍କିତ ଓ ସ୍ୱାସ୍ଥ୍ୟ ସମସ୍ୟା ତଥା ଗ୍ରାହକ ଉପଯୋଗୀ ଉପôାଦ ପକେଟକୁ ସୁହାଇଲା ଭଳି ସ୍ଥିତିରେ ଉପଲବ୍ଧ କରାଇଥାଏ । କମ୍ପାନୀର ଇଣ୍ଡେମିନିଟ୍ ପ୍ରଡକ୍ଟ ମଧ୍ୟରେ ରିଏସୁ୍ୟର-୧୦୦ କ୍ୟାସଲେସ୍ ପ୍ଳାନ୍, ହେଲଥ୍ କମ୍ପାନିୟନ୍, ଗୋ ଆକ୍ଟିଭ୍, ହେଲଥ୍ ପ୍ରିମିଆ, ହେଲଥ୍ ପ୍ଲସ୍ ଆଦି ଉପଲବ୍ଧ ହେଉଛି । ଅନ୍ୟ ହେଲଥ୍ ଆସୁ୍ୟରାନ୍ସ୍ ପ୍ରଡ଼କ୍ଟ ମଧ୍ୟରେ କମ୍ପାନୀ ଫିକ୍ସଡ୍ ବେନିଫିଟ୍ ପ୍ଲାନ୍ ରହିଛି । ଏସବୁ ବ୍ୟକ୍ତିଗତ ଦୁର୍ଘଟଣା କଭର, ହସ୍ପିକ୍ୟାସ୍ ଏବଂ କ୍ରିଟିକାଲ ଇଲ୍ନେସ୍ କଭର, ହେଲଥ୍ ରିଚାର୍ଜ ସୁପର ଟପ୍ ଅପ୍ ପ୍ଲାନ୍ ଆଦି ଉପଲବ୍ଧ କରାଇଥାଏ । କମ୍ପାନୀ ପକ୍ଷରୁ ଏଂଟି୍ର ଲେବୁଲ କଭର ମଧ୍ୟରେ ଆରୋଗ୍ୟସଞ୍ଜିବନୀ ଏବଂ ଡିଜିଜ୍ ସ୍ପେସିଫିକ୍ ପ୍ରଡକ୍ଟ ମଧ୍ୟରେ କରୋନା କବଚ ଉପଲବ୍ଧ କରାଯାଉଛି । ଗ୍ରାହକ ନିଜ ପସନ୍ଦର ପ୍ରଡ଼କ୍ଟ କ୍ରୟ କରିବାର ସୁଯୋଗ ପାଇପାରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ପୃଥକ ଶ୍ୱାସକି୍ରୟା ସଂକ୍ରମଣ ୱାର୍ଡର ଭୁମିପୂଜନ

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କୋଭିଡ୍-୧୯ ଦ୍ୱିତୀୟ ତରଙ୍ଗ ଦୃଷ୍ଟିରୁ କରୋନା ସଂକ୍ରମିତ ରୋଗିଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଲକ୍ଷ୍ୟ …

Leave a Reply

Your email address will not be published. Required fields are marked *