Wednesday , June 16 2021
Breaking News
Home / ବିଶେଷ / ୩ ମାସରେ ୬୦୨ ଶିଶୁ ନିଖୋଜ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସୂଚନା

୩ ମାସରେ ୬୦୨ ଶିଶୁ ନିଖୋଜ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ରାଜ୍ୟରୁସମୁଦାୟ ୬୦୨ ଜଣ ଶିଶ୍ୁ ନିଖୋଜ ଅଛନ୍ତି । ନିଖୋଜ୫୦୨ ଜଣ ନାବାଳିକାଙ୍କ ମଧ୍ୟରୁ ୭୯ ଜଣଙ୍କର ଓ ୧୦୦ଜଣ ନାବାଳକ ମଧ୍ୟରୁ ୩୧ ଜଣଙ୍କର ସନ୍ଧାନ ମିଳିଛି ।ଏନେଇ ତିନି ମାସରେ ସମୁଦାୟ ୫୫୦ଟି ମାମଲା ରୁଜୁହୋଇଛି । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନରଉତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ୨୦୧୮ରେ ୪୫୯ ଜଣନାବାଳକ ନିଖୋଜ ହୋଇଥିବା ବେଳେ ୨୮୫ ଜଣଙ୍କର ସନ୍ଧାନ ମିଳିଥିଲା । ସେହିଭଳିଏହି ବର୍ଷ ୧୮୭୫ ଜଣ ନାବାଳିକା ନିଖୋଜ ହୋଇଥିବା ବେଳେ ୮୫୪ ଜଣଙ୍କର ସନ୍ଧାନମିଳିଥିଲା । ୨୦୧୮ରେ ସମୁଦାୟ ୨୧୧୬ଟି ମାମଲା ରୁଜୁ ହୋଇଥିଲା । ୧୦୧୭ରେ୪୯୧ ଜଣ ନାବାଳକ ନିଖୋଜ ହୋଇଥିବା ବେଳେ ସେଥିମଧ୍ୟରୁ ୩୦୯ ଜଣଙ୍କର ସନ୍ଧାନମିଳିଥିଲା । ସେହିପରି ୧୩୬୦ ନିଖୋଜ ନାବାଳିକାଙ୍କୁ ମଧ୍ୟରୁ ୭୩୭ ଜଣଙ୍କର ସନ୍ଧାନମିଳିଥିଲା । ୨୦୧୭ରେ ସମୁଦାୟ ୧୬୭୮ ମାମଲା ରୁଜୁ କରାଯାଇଥିଲା । ୨୦୧୬ମସିହାରେ ୫୦୧ ଜଣ ନାବାଳକ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୦୮ଜଣଙ୍କର ସନ୍ଧାନ ମିଳିଥିଲା । ସେହିଭଳି ୧୨୯୧ ଜଣ ନାବାଳିକା ନିଖୋଜ ହୋଇଥିବାବେଳେ ୭୦୦ ଜଣଙ୍କର ସନ୍ଧାନ ମିଳିଥିଲା । ଏହି ବର୍ଷ ୧୬୫୮ ଟି ମାମଲା ରୁଜୁହୋଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *