Thursday , August 5 2021
Breaking News
Home / ବିଶେଷ / ମହିମା ଧର୍ମର ପ୍ରଚାରକ ବ୍ରହ୍ମବଧୂତ ପ୍ରାଣବନ୍ଧୁ ବାବା ଙ୍କ ୧୦୯ ବର୍ଷ ବୟସ ରେ ଦେହାନ୍ତ

ମହିମା ଧର୍ମର ପ୍ରଚାରକ ବ୍ରହ୍ମବଧୂତ ପ୍ରାଣବନ୍ଧୁ ବାବା ଙ୍କ ୧୦୯ ବର୍ଷ ବୟସ ରେ ଦେହାନ୍ତ

ନିଶ୍ଚିନ୍ତକୋଇଲି /ସାଲେପୁର (ଓଡିଶା ସମାଚାର /ଅଭୟ ଜେନା ) – ମହିମା ଧର୍ମ ର ଧର୍ମଗୁରୁ ଲକ୍ଷାଧିକ ମହିମା ଅଲେଖ ଧର୍ମାବଲମ୍ବୀ ମାନଙ୍କ ଆସ୍ଥା ବିଶ୍ୱାସ ର ପ୍ରତୀକ ୧୦୯ ବର୍ଷ ର ଶତାୟୁ ବାବା ବ୍ରହ୍ମବଧୂତ ପ୍ରାଣବନ୍ଧୁ ବାବା ଙ୍କର ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁରର ପାଟପାରି ଠାରେ ଥିବା ଅଲେଖ ମଠ ଠାରେ ବୁଧବାର ସକାଳ ୬.୩୦ ସମୟରେ ଦେହାନ୍ତ ହୋଇଛି । ବାବା ଓଡ଼ିଶା ତଥା ଓଡିଶା ବାହାରେ ବୁଲି ବୁଲି ମହିମା ଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ । ଏହି ଦୁଃଖଦ ଖବର ପାଇ ବିଭନ୍ନ ଆଡୁ ବହୁଶିଷ୍ୟ ଶେଷ ଦର୍ଶନ କରିବାକୁ ଆସୁଥିବା ଦେଖିବାକୁ ମିଳିଥିଲା।ଗତ ବର୍ଷ କୋଭିଡ଼ ମୁକାବିଲା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କୁ ଦଶ ହଜାର ଟଙ୍କା ବାବା ଦାନ କରିଥିଲେ । ତାଙ୍କ ପରଲୋକ ଖବର ପାଇ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ସାଲେପୁର ର ପିକୋଳୋ ଠାରେ ମହିମା ଆଶ୍ରମ ପରିସରରେ ବାବାଙ୍କ ମର ଶରୀର କୁ ବହୁ ସାଧୁ ସନ୍ଥ ଓ ଶିଷ୍ୟମାନଙ୍କ ଉପସ୍ଥିତି ରେ ସମାଧିସ୍ଥ କରାଯାଇଛି। ଓଡ଼ିଶା ସମାଚାର
କୋଭିଡ଼ ନିୟମ ପାଳନ କରାଯାଇନାହିଁ

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *