Thursday , June 17 2021
Breaking News
Home / ଶିକ୍ଷା / ମହିପାଳ ପୈାରସଂସ୍ଥା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ମହିପାଳ ପୈାରସଂସ୍ଥା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରସଂସ୍ଥାର ମହିପାଳସ୍ଥିତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ସାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ଅଗ୍ରଗତି ନିମନ୍ତେ ଉଜ୍ଜ୍ୱଳ ଓ ଉତଥାନ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା ଅଭିଯାନ ଓ ମୈାଖିକ ସ୍ଥିତି ଉପରେ ଆଲୋକପାତ  କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ ମହାନ୍ତି,ପ୍ରଧାନ ଶିକ୍ଷୟତ୍ରୀ ଦୀପାଞ୍ଜଳି ମିଶ୍ର,ସହକାରୀ ଶିକ୍ଷୟତ୍ରୀ ଜୟନ୍ତୀ ଲେଙ୍କା  ଛାତ୍ରାଭିଭାବକମାନଙ୍କୁ ଶୈକ୍ଷିକ ସ୍ଥିତିର ଉନ୍ନତି ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା  ପ୍ରଦାନ କରିଥିଲେ । ସେହିପରି ଜଝାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ,ଫ୍ରେଜର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଶୈକ୍ଷିକ ସ୍ଥିତିର ଉନ୍ନତି ପାଇଁ  ଉଜ୍ଜ୍ୱଳ ଓ ଉତଥାନ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା ଅଭିଯାନ ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *