Monday , June 14 2021
Breaking News
Home / ବିଶେଷ / ମହାରାଜା ଉଦିତପ୍ରତାପଙ୍କ ପରଲୋକ

ମହାରାଜା ଉଦିତପ୍ରତାପଙ୍କ ପରଲୋକ

କଳାହାଣ୍ଡି, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-କଳାହାଣ୍ଡି ମହାରାଜା ତଥା ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ସେ ସ୍ୱତନ୍ତ୍ର ପାର୍ଟିରୁ ଜୁନାଗଡ଼ରୁ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । ସେ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅନ୍ତିମ ସଂସ୍କାର ହେବାପର୍ଯ୍ୟନ୍ତ ରାଜବଂଶର ଆରାଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ମନ୍ଦିର ପୂଜାର୍ଚ୍ଚନା ଓ ଦର୍ଶନ ବନ୍ଦ ରହିବ । ତାଙ୍କର ବିୟୋଗରେ ଭବାନୀପାଟଣା, ଲଞ୍ଜିଗଡ଼ ଓ ଜୟପାଟଣା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ରବିବାର ଫୁସଫୁସ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ସୋମବାର ସନ୍ଧ୍ୟା ୫ଟା ୪୦ସମୟରେ ମୃତୁ୍ୟ ହୋଇଥିବା ହସ୍ପିଟାଲକର୍ତୃପକ୍ଷ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *