Saturday , July 31 2021
Breaking News
Home / ବିଶେଷ / ମହାମାରୀ କରୋନାରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ

ମହାମାରୀ କରୋନାରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ

ଭୁବନେଶ୍ୱର,୧୬/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ସମଗ୍ର ଦେଶ ତଥା ରାଜ୍ୟରେ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି । କରୋନାର କରାଳ ରୂପରେ ବହୁ ଲୋକଙ୍କୁ ଲୀନ କରିଦେଇଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏକ ପ୍ରକାର ଅସୁରକ୍ଷିତ ମନେ କରୁଛନ୍ତି । ଲୋକମାନେ ନିଜର ଜୀବନ ଜୀବିକା ହରାଇଥିବା ବେଳେ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ପରିବାରର ପ୍ରତିପୋଷଣ ପାଇଁ ଲୋକମାନେ ସଂର୍ଘଷ କରୁଥିବା ବେଳେ ଗରିବ, ନିରାଶ୍ରୟ ଲୋକମାନେ ଖାଇବାକୁ ନପାଇ ଡ଼ହଳ ବିକଳ ହେଉଛନ୍ତି । ଲୋକଙ୍କ ଏଭଳି ଦୟନୀୟ ଅବସ୍ଥାକୁ ହୃଦୟଙ୍ଗମ କରି ତୁଷାର ଚାରିଟେବୁଲ ଟ୍ରଷ୍ଟ ସହଯୋଗର ହାତ ବଢାଇଛି । ଟ୍ରଷ୍ଟର ସମ୍ପାଦକ ସମାଜସେବୀ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ସଭାପତି ଜିତେନ୍ଦ୍ର କୁମାର ଜେନା, ଶିବିର କୁମାର ପରିଡ଼ା, ସୁଷମାଦେଇ ମହାପାତ୍ର, ସଂଗ୍ରାମ ଜେନା, ବିକାଶ ବେହେରା, ପ୍ରଭାତୀ ବାରିକ, ମନୋଜ ମିଶ୍ର, ପରମେଶ୍ୱର ଦାଶ ଓ ଚନ୍ଦନ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ମଇଁ ମାସ ୬ ତାରିଖ ଠାରୁ ରାଜଧାନୀରେ ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରାଯାଇ ଆସୁଅଛି । ଏଥିସହିତ ଲୋକମାନଙ୍କୁ ମାସ୍କ, ସାନିଟାଇଜର ବଂଟନ କରାଯାଇ କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ଟ୍ରଷ୍ଟର ଏତାଦୃଶ ପଦକ୍ଷେପକୁ ରାଜଧାନୀର ବରିଷ୍ଠ ନାଗରିକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *