Thursday , June 24 2021
Breaking News
Home / ବିଶେଷ / ମହାବିଷୁବ ପଣାସଂକ୍ରାନ୍ତି ଓ ନବ ବର୍ଷ ପାଳିତ

ମହାବିଷୁବ ପଣାସଂକ୍ରାନ୍ତି ଓ ନବ ବର୍ଷ ପାଳିତ

ଭୁବନ,୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ୍ ଓ ଏନ.ଏ.ସି  ରେ ମହାବିଷୁବ ପଣାସଂକ୍ରାନ୍ତି,ହନୁମାନ ଜୟନ୍ତି ଓ ଓଡିଆ ନବ ବର୍ଷ  କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏନ୍.ଏ.ସି ର ମା ବାଟତାରିଣୀ, ମା କାଲୁଣୀ ମନ୍ଦିର, ମା ଦକ୍ଷିଣକାଳୀ, ମା କାମନାକାଳୀ ପିଠ, ଛତା ମଠ ପରିସରରେ ଥିବା ହନୁମାନ ମନ୍ଦିର,ନୂଆଭୁବନ ଶିବମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର , ବୁଦ୍ଧେଶ୍ୱର ଶୈବପୀଠ ପରିସରରେ ଥିବା ହନୁମାନ ମନ୍ଦିର , ଶ୍ରୀରାମ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର ରେ ପ୍ରତ୍ୟୁଷରୁ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।  ବିଭିନ୍ନ ହନୁମାନ ମନ୍ଦିରରେ ଶତାଧିକ ଭକ୍ତ ଏକାଠି ହୋଇ ସାମୁହିକ ହନୁମାନ ଚାଳିଶା ପାଠ କରିଥିଲେ । କେତେକ ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ବ୍ରତଧାରୀ ମାନେ ମାନସିକ ପୁରଣ ଆଶାରେ ନିଆଁରେ ଚାଲିଥିଲେ । ପ୍ରସିଦ୍ଧ ଶକ୍ତୀପୀଠ ଭୁବନ ବ୍ଲକ୍ ବାରୁଆଁ ପଂଚାୟତ ର  ମା ମଙ୍ଗଳା ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ସହ କେବଳ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ଓଡିଶ ଚର୍ଚ୍ଚିକା ପୀଠ ,ବଡକାଠିଆ  ମଙ୍ଗଳାପୀଠରେ ମଧ୍ୟ ପୂଜା ହୋଇଥିଲା । ଓଡିଶ ଠାରେ ହନୁମାନ ମନ୍ଦିରର ଷଷ୍ଠ ବାର୍ଷିକ ପ୍ରତିଷ୍ଠାଦିବସ ପାଳନ କରାଯାଇଥିଲା ।  ଭୁବନ ପାଲାମଣ୍ଡପ ଠାରେ ବିପୁଳ ଆନନ୍ଦଉଲ୍ଲାସ ରେ ହନୁମାନ ଜୟନ୍ତି ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *