Sunday , June 13 2021
Breaking News
Home / ବିଶେଷ / ମହାପ୍ରଭୁଙ୍କ ଲାଗି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପାଟରାକ୍ଷୀ

ମହାପ୍ରଭୁଙ୍କ ଲାଗି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପାଟରାକ୍ଷୀ

ପୁରୀ,୧୪/୦୮/୨୦୧୯(ଓଡ଼ିଶା ସମାଚାର)- ଝୁଲଣ ପୂର୍ଣ୍ଣିମା ନାମରେ ପରିଚିତ ଗହ୍ମାପୂର୍ଣ୍ଣିମା ଅବସରରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରାଯିବ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ବେନିଭୁଜରେ ସୁନା ଲାଗିଥିବା ପାଟରାକ୍ଷୀ ଓ ଗୁଆରମାଳ ପୁଷ୍ପାଳକ ସେବକମାନେ ଲାଗି କରିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଘରେ ରାଖୀ ପ୍ରସ୍ତୁତି ଚାଲିଛି । ଚିତାଲାଗି ଅମାବାସ୍ୟା ପରଠାରୁ ଆରମ୍ଭ ହୋଇଥିବା ପାଟରାଖୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗାପାଟ ସୂତା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ନାଲି, ନେଳି, ବାଇଗଣୀ ଓ ହଳଦିଆ ରଙ୍ଗର ପାଟସୂତାକୁ ନରମ କରାଯାଇ ରାଖୀ ପ୍ରସ୍ତୁତ କରାଯାଇଥାଏ । ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ୪ଟି ଗୁଆରମାଳି ପ୍ରସ୍ତୁତ କରାଯାଉଛି । ୫୪ଟି ଗୁଆରେ ଗୋଟିଏ ମାଳ ପ୍ରସ୍ତୁତ କରାଯାଏ । ଏହିମାଳ ପ୍ରସ୍ତୁତ ହୋଇଥାଏ ୪ଟି ରଙ୍ଗରେ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ ଓ ନାଲି ଗୁଆରମାଳ ଏବଂ ପ୍ରଭୁ ବଳଭଦ୍ରଙ୍କୁ ନେଳି ଓ ବାଇଗଣୀ ରଙ୍ଗର ଗୁଆରମାଳ ଲାଗି ହୋଇଥାଏ । ପାଶ୍ୱର୍ ଦେବତାଙ୍କ ପାଇଁ ୮ଟି ଛୋଟ ପାଟଫୁଲୀ ତିଆରି କରାଯାଏ । ରାକ୍ଷୀ ପୂର୍ଣ୍ଣମୀ ଦିନ ପାଳିତ ହେବ ବଳଭଦ୍ରଙ୍କ ଜନ୍ମ । ଗହ୍ମା ପୂର୍ଣ୍ଣମୀ ପୂର୍ବାହ୍ନରେ ଶ୍ରୀମନ୍ଦିରରୁ ଡାକରା ଆସିବା ପରେ ପାଟରା ସେବକ ରାକ୍ଷୀ ଓ ଗୁଆମାଳକୁ ତାଟରେ ଧରି ଶ୍ରୀମନ୍ଦିରକୁ ଯିବେ । ଭୋଗ ମଣ୍ଡପ ଶେଷହେବା ପରେ ୩ବାଡରେ ମଇଲମ କରାଯିବ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ୩ବାଡ଼ରେ ସର୍ବାଙ୍ଗ ଲାଗି କରିବେ । ମହାପ୍ରଭୁଙ୍କୁ ନୂଆଲୁଗା, ବୋଇରାଣୀ ଓ ପତନି ଲାଗି କରାଯିବ । ପୁଷ୍ପାଳକ ସେବକ ଦୁଇଠାକୁରଙ୍କୁ ସୁନା ଲାଗିଥିବା ୪ଟି ପାଟରାକ୍ଷୀ ଓ ଗୁଆର ମାଳ ଲାଗି କରିବେ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *