Tuesday , June 15 2021
Breaking News
Home / ବିଶେଷ / ମହାନଦୀ ସଫେଇ ପାଇଁ ହେବ ସ୍ୱତନ୍ତ୍ର ଯୋଜନା

ମହାନଦୀ ସଫେଇ ପାଇଁ ହେବ ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-: ସଂସଦର  ମିଳିତ  ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ନିଜ ଅଭିଭାଷଣରେ ମହାନଦୀ ସଫେଇ ପ୍ରସଙ୍ଗ ଉଠାଇ ସମସ୍ତଙ୍କୁ ଚକିତ କରିଛନ୍ତି । ନମାମୀ  ଗଙ୍ଗା  ଯୋଜନା  ଭଳି  ମହାନଦୀ  ସଫେଇ ପାଇଁ   ପଦକ୍ଷେପ   ନିଆଯିବ   ବୋଲି   ରାଷ୍ଟ୍ରପତି କହିଛନ୍ତି । ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର  ପଦକ୍ଷେପ  ନିଆଯିବ ।  କେବଳ  ମହାନଦୀ ନୁହଁ ଦେଶର ସମସ୍ତ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ   ପଦକ୍ଷେପ   ନେବାକୁ   ରାଷ୍ଟ୍ରପତି   ନିଜ ଅଭିଭାଷଣରେ   କହିଛନ୍ତି ।      ସରକାର   କର୍ଭି, ପେରିଆର, ଗୋଦାବରୀ ଓ ନର୍ମଦା ନଦୀକୁ ପ୍ରଦୂଷଣ ମୁକ୍ତ  କରିବା  ପାଇଁ  ପ୍ରୟାସ  ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ମହାନଦୀକୁ ସାମିଲ କରାଯାଇଥିବା ନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ନମାମୀ ଗଙ୍ଗା ଯୋଜନାରେ ଗଙ୍ଗା ନଦୀକୁ ଆବର୍ଜନା ମୁକ୍ତ କରିବାରେ ଅନେକ ସଫଳତା ହାସଲ କରିଛନ୍ତି । ଏନେଇ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ୨୦୦୦ କୋଟି ଟଙ୍କା  ଅର୍ଥ  ବ୍ୟବସ୍ଥା  କରାଯାଇଥିଲା ।  ସେହିଭଳି ଯୋଜନା କରାଯାଇ ଦେଶର ଅନ୍ୟ ନଦୀଗୁଡ଼ିକୁ ସଫା କରିବା ପାଇଁ ସରକାର ପଦକ୍ଷେପ ନେବେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *