Sunday , June 20 2021
Breaking News
Home / ବିଶେଷ / ମହାନଦୀ ପୋଲ ଉପରେ ବଡ଼ ବଡ଼ ଖାଲ , ଯାତାୟତରେ ଅସୁବିଧା

ମହାନଦୀ ପୋଲ ଉପରେ ବଡ଼ ବଡ଼ ଖାଲ , ଯାତାୟତରେ ଅସୁବିଧା

ତାରପୁର, ୨୮/୧୨/୨୦୨୦(ଓଡ଼ିଶା ସମାଚାର)- ଆର ଆଣ୍ଡ ବି ଜଗତସିଂହପୁର ନିର୍ବାହୀ ଯନ୍ତ୍ରୀ ଫକିରପଡ଼ା ସବଡ଼ିଭିଜନ୍ ଜଇପୁର କନିଷ୍ଠ ଯନ୍ତ୍ରୀ ଙ୍କ ଅଧିନରେ ଥିବା ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ବିଭିନ୍ନ ସ୍ଥାନରେ ପୋଲ ନଷ୍ଟ ହୋଇ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଛି । ଏହି ପୋଲଟି ବର୍ଷର ବିଭିନ୍ନ ସମୟରେ ବିଭାଗ ଦ୍ୱାରା ମରାମତି କରାଯାଉଥିଲେ ମଧ୍ୟ କାର୍ଯ୍ୟ ନିମ୍ନ ମାନର ହେଉଥିବାରୁ ଏହା ମାସେ କିମ୍ବା ୨ ମାସ ମଧ୍ୟରେ ନଷ୍ଟ ହୋଇ ଯାଇ ଯଥା ପୂର୍ବଂ ତଥା ପରଂ ନୀତିରେ ଲୋକମାନେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ଥିବା ସମ୍ପର୍କକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ତେବେ ଏହି ପୋଲଟି କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାକୁ ସଂଯୋଗୀକରଣ କରୁଥିବାରୁ ପ୍ରତ୍ୟେକ ଦିନ ଏହା ଉପରେ ହଜାର ହଜାର ସଂଖ୍ୟାରେ ପଥଚାରୀଙ୍କ ସମେତ ୨ ଚକିଆ, ୪ ଚକିଆ ଯାନ ଯାତାୟତ କରିଥାଏ । ଏଥି ସହିତ ପୋଲର ଉତର ପାଶ୍ୱର୍ରେ ଥିବା ଆପ୍ରୋଚ ରୋଡ଼ ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଏଥିରେ ପଥଚାରୀ ଏବଂ ୨ ଚକିଆ ଯାତ୍ରୀମାନେ ଖାଲରେ ପଡ଼ି ବିଭିନ୍ନ ସମୟରେ ଖଣ୍ଡିଆ ଖାବରା ହେଉଛନ୍ତି । ତେଣୁ ଏହାକୁ ତୁରନ୍ତ ମରାମତି କରି ଯାତାୟତରେ ସୁବନ୍ଦୋବସ୍ତ କରିବା ପାଇଁ ଅଂଚଳର ବୁଦ୍ଧିଜିବୀମାନେ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *