Wednesday , June 16 2021
Breaking News
Home / ତାଜା ଖବର / ମହାନଦୀରେ ଭାସିଯାଇ ଶ୍ରମିକ ନିଖୋଜ

ମହାନଦୀରେ ଭାସିଯାଇ ଶ୍ରମିକ ନିଖୋଜ

ସାଲେପୁର, ୦୧/୦୯/୨୦୧୯ (ଓଡିଶା ସମାଚାର/ଅଭୟ ଜେନା): ସାଲେପୁର ବ୍ଳକ୍ କିଶାନନଗର ଥାନା ଅଧିନ ମହାନଦୀର କିଶାନନଗର ଠାରେ ଥିବା ବିଜୁ ସେତୁ ନିକଟରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶ୍ରମିକ ନିଖୋଜ ହୋଇଯାଇଛି । ଖବର ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଂଚଳର ୪ଜଣ ବାଉଁଶ କଟାଳି ଶ୍ରମିକ ପିଂଟୁ ନାଥ, ସୁରେନ୍ଦ୍ର ନାଥ, କୁନା ନାଥ ଓ ମୁନା ନାଥ ବାଉଁଶ କଟାଳି ଶ୍ରମିକ ଅଟନ୍ତି । ଏହି ୪ଜଣ ଆଜି ରଟିଲୋ ପଂଚାୟତର ହରିପୁର ଗ୍ରାମକୁ ପାଉଁଶ କାଟିବା ପାଇଁ ଆସିଥିଲେ । କାମସାରି କିଶାନନଗର ବ୍ରିଜ୍ ନିକଟରେ ମହାନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ତେବେ ସ୍ଥାନୀୟ ଲୋକ ପିଂଟୁ , ସୁରେନ୍ଦ୍ର ଓ କୁନାକୁ ଉଦ୍ଧାର କରିଥିବା ବେଳେ ମୁନା ସ୍ରୋତରେ ଭାସିଯାଇଥିଲା । ସ୍ଥାନୀୟ ଲୋକ ଦମକଳ କେନ୍ଦ୍ରକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଖୋଜାଖୋଜି କରୁଛନ୍ତି । ନିଖୋଜ ଥିବା ଯୁବ ଶ୍ରମିକ ଚାନ୍ଦୋଳ ଅଂଚଳର ବିଚିତ୍ର ନାଥଙ୍କ ପୁଅ ଶ୍ରୀଧର ନାଥ ଓରଫ୍ (ମୁନା ) ବୋଲି ଜଣାପଡ଼ିଛି । ବର୍ତମାନ ମହାନଦୀ ବର୍ଷା ଓ ବନ୍ୟାଜଳରେ ଭରପୁର ଥିବା ବେଳେ ପ୍ରଖର କରେଂଟ୍ ସ୍ରୋତ ରହିଛି । ଗାଧୁଆ ତୁଠରେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଲୁହା ଚେନ୍ ଲଗା ଖୁଂଟି କରାଯାଇ ନଥିବାରୁ ଏଭଳି ଘଟଣାମାନ ଘଟୁଛି ବୋଲି କୁହାଯାଉଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *