Tuesday , August 3 2021
Breaking News
Home / ବିଶେଷ / ମହମ୍ମଦପୁର ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ -୧୦୩ ୟୁନିଟ ରକ୍ତ ସଂଗ୍ରହ

ମହମ୍ମଦପୁର ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ -୧୦୩ ୟୁନିଟ ରକ୍ତ ସଂଗ୍ରହ

ନିଶ୍ଚିନ୍ତକୋଇଲି, ୨୯/୧୨/୨୦୨୦(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତ ଦିଆନପାଟଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ୱେଛାକୃତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହମ୍ମଦପୁର ସରପଂଚ ସରୋଜ କୁମାର ବେହେରାଙ୍କ ତତ୍୍ୱାବଧାନରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଶିବିର ଉଦଘାଟନ କରିଥିବାବେଳେ ଏହି ଶିବିରରୁ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିଧାୟକ ଶ୍ରୀଯୁକ୍ତ ବେହେରା ଉପସ୍ତିତ ଲୋକମାନଙ୍କୁ ପ୍ରତ୍ୟେକ ଗୋଟିଏ ୟୁନିଟ ରକ୍ତ ଦେବା ସହିତ ନିଯେ ସୁସ୍ଥ ରହିବା ଓ ବିପଦ ସମୟରେ ଅନ୍ୟର ଜୀବନ ବଂଚାଇ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ ପୁରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ, ମହମ୍ମଦପୁର ସମିତି ସଭ୍ୟ ନକୁଳ ବେହେରା, ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ, ଅଚ୍ୟୁତାନନ୍ଦ ଦାସ, ଉତରକୂଳ ସରପଂଚ ଦିଲିପ କୁମାର ବିଶ୍ୱାଳ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବାବେଳେ କଟକ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ରକ୍ତ ସଂଗୃହୀତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ

କନ୍ଧମାଳ,୦୨/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଏମିତି …

Leave a Reply

Your email address will not be published. Required fields are marked *