Thursday , June 17 2021
Breaking News
Home / କୃଷି / ମମତାଙ୍କ କେଳେଙ୍କାରୀ ଧରାପଡିଲା, ଦୁଗ୍ଧଚାଷୀଙ୍କୁ ଲୁଟୁଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

ମମତାଙ୍କ କେଳେଙ୍କାରୀ ଧରାପଡିଲା, ଦୁଗ୍ଧଚାଷୀଙ୍କୁ ଲୁଟୁଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଓମଫେଡ ପକ୍ଷରୁ ଖୋଲାଯାଇଥିବା ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଏକ ବଡ ଧରଣର ଦୁର୍ନିତୀ ଏବେ ପଦାକୁ ଆସିଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅଧିନସ୍ତ ବିଭିନ୍ନ ଦୁଗ୍ଧ ସମବାୟ ସମିତିର କର୍ମକର୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେମାନେ ପୂର୍ବରୁ ସେମାନଙ୍କ ସମିତି ଦ୍ୱାରା ସଂଗୃହିତ ଦୁଗ୍ଧକୁ ସିଧାସଳଖ ଦୁହୁରିଆ ଓ ବଡପଡା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପଠାଇ ଆସୁଥିଲେ ଯେତେବେଳେକି ସେହି ଦୁଗ୍ଧ ମାନ ଠିକ ରହୁଥିଲା । କିନ୍ତୁପରବର୍ତି ସମୟରେ ବିଜୟ ନଗର ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ମହାକାଳପଡା ବ୍ଲକ ଅନ୍ତର୍ଗତ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ବିଭିନ୍ନ ଦୁଗ୍ଧ ସମବାୟ ସମିତି ବିଜୟ ନଗର ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପ୍ରତ୍ୟେହ ଦୁଗ୍ଧ ଦେଇଆସୁଥିଲେ । ଏହି ବ୍ଲକର ସମସ୍ତ ଦୁଗ୍ଧ ସମବାୟ ସମିତିର ସମ୍ପାଦକ ଓ ସଭାପତିମାନେ ଓମଫେଡ କର୍ମକର୍ତାଙ୍କ ସହ ଏକ ବୈଠକରେ ମିଳିତ ହୋଇ ବିଜୟନଗର ଦୁଗ୍ଧ ସମବାୟ ସମିତିର ସମ୍ପାଦିକା ମମତା ପ୍ରତିହାରୀଙ୍କୁ ବିଜୟନଗର ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେବେଠାରୁ ଏହିସବୁ ଦୁଗ୍ଧ ସମବାୟ ସମିତି ଯୋଗାଇ ଆସୁଥିବା ଦୁଗ୍ଧର ମାନ କମ ରହୁଥିବାର ଦର୍ଶାଗଲା । ଏ ସମ୍ପର୍କରେ ଶ୍ରୀମତୀ ପ୍ରତିହାରୀଙ୍କୁ ପଚରାଯିବାରେ ସେ ଅସଦବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ । ଏଭଳି ବାରମ୍ବାର ଘଟିବା ଫଳରେ ସମବାୟ ସମିତି ଗୁଡିକ ଦୁହୁରିଆ ଦୁଗ୍ଧ ଶୀତଳିକରଣ କେନ୍ଦ୍ର କ୍ଷେତ୍ର ପରିଚାଳକଙ୍କୁ ଅଭିଯୋଗ କଲେ ମଧ୍ୟ କୈାଣସି ପଦକ୍ଷେପ ନନିଆଯିବାରୁ ସେମାନେ ବାଧ୍ୟହୋଇ କଟକସ୍ଥିତ ଓମଫେଡର ସାଧାରଣ ପରିଚାଳକଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଦୁଗ୍ଧ ସଙ୍ଘର ଅଧ୍ୟକ୍ଷା ସରୋଜିନୀ ମିଶ୍ର,ସାଧାରଣ ପରିଚାଳକ,କେନ୍ଦ୍ରାପଡା ଦୁଗ୍ଧ ୟୁନିଟର ଭାରପ୍ରାପ୍ତ ଅଧିକାରୀ,କଟକ ଦୁଗ୍ଧ ସଙ୍ଘ ଅତିରିକ୍ତ ପରିଚାଳକ,ବିଜୟ ନଗର ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଦାୟିତ୍ୱରେ ଥିବା ମମତା ପ୍ରତିହାରୀ ଓ ଦୁଗ୍ଧ ଯୋଗାଉଥିବା ସମସ୍ତ ସମିତିର ସମ୍ପାଦିକା ଓ ସଭାପତିଙ୍କୁ ନେଇ ଦୁହୁରିଆ ଶୀତଳୀକରଣ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହେବା ପରେ କଟକ ସଙ୍ଘ ପକ୍ଷରୁ ଜଣେ କର୍ମଚାରୀଙ୍କୁ ବିଜୟ ନଗରସ୍ଥିତ ଶିତଳୀକରଣ କେନ୍ଦ୍ରକୁ ପଠାଯିବାକୁ ନିଷ୍ପତି ଗ୍ରହଣ କରାଗଲା । କିନ୍ତୁ ସେହି କର୍ମଚାରୀ ବିଜୟନଗରରେ ପହଁଚିବା ପରେ ଶ୍ରୀମତୀ ପ୍ରତିହାରୀ ଓ ତାଙ୍କ ସ୍ୱାମୀ ସେହି କର୍ମଚାରୀଙ୍କୁ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମଧ୍ୟକୁ ପୁରାଇ ଦେଲେନାହିଁ । ଫଳରେ ଦୁଗ୍ଧ ଚାଷୀମାନେ ପୁନର୍ବାର ହଇରାଣ ହରକତ ହେବାରୁ ଏବେ ଏକ ଗାଡିରେ ସମବାୟ ସମିତିର ସଂଗୃହିତ ଦୁଗ୍ଧସବୁକୁ ଦୁହୁରିଆସ୍ଥିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପଠାଇବାକୁ ବାଧ୍ୟ ହେଉଛନ୍ତି । ଏହାଦ୍ୱାରା ଚାଷୀମାନଙ୍କ ଲାଭ କମିଯାଉଥିବା ଅଭିଯୋଗ ହୋଇଛି । ଶ୍ରୀମତୀ ପ୍ରତିହାରୀ ନିଜ ଘରେ ଶୀତଳୀକରଣ କେନ୍ଦ୍ର କରିଥିବାରୁ ସମିତିର ସଦସ୍ୟ ଓ କର୍ମକର୍ତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସଂପୃକ୍ତ ସମିତି ଗୁଡିକ ପକ୍ଷରୁ କୁନ୍ତଳା କୁମାରି ଜେନା, ପରମାନନ୍ଦ ଦାସ, ଉପେନ୍ଦ୍ର ସ୍ୱାଇଁ, ତପନ କୁମାର ଥାଟୋଇ, ସରୋଜିନୀ ସ୍ୱାଇଁ, ଶରତ ପ୍ରଧାନ, ନିରଞ୍ଜନ ଖଟୁଆ, ଆଲୋକ ଦାସ, ରଜନୀକାନ୍ତ ରାଉତ, ପ୍ରମିଳା ପରିଡା , ପ୍ରମୋଦ କୁମାର ସୂତାର , ଦୁଷ୍ମନ୍ତ କୁମାର ଦାସ, କାଂଚନ ସୂତାର, ଜ୍ୟୋସ୍ôନାମୟୀ ତରେଇ, ନକୁଳଚରଣ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

“ୟସ” ବାତ୍ୟାର ୩ ଦିନ ପରେ ବି ଶହ ଶହ ଏକର ଚାଷ ଜମି ଜଳମଗ୍ନ ପାଟକୁରା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- …

Leave a Reply

Your email address will not be published. Required fields are marked *