Thursday , June 17 2021
Breaking News
Home / Uncategorized / ମନ୍ଦିର ପାଇଁ  ପୁଜନ ଉତ୍ସବ 

ମନ୍ଦିର ପାଇଁ  ପୁଜନ ଉତ୍ସବ 

ଗରଦପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ହୁରାସାହି ଗ୍ରାମର ମା ଦୂର୍ଗା ଦେବୀଙ୍କ ପାଇଁ ଗ୍ରାମବାସୀ ଏକ ମନ୍ଦିର ନିର୍ମାଣର ପ୍ରୟାସ କରିଛନ୍ତି । ମନ୍ଦିର ନିର୍ମାଣ ପାଇଁ ଆଜି ଭୂମି ପୁଜନ ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ହବିଷ ପାଳନ କରାଯିବା ସହିତ ବ୍ରାହ୍ମଣ ପଣ୍ଡିତମାନେ ନିଷ୍ଠା ଓ କାଷ୍ଠାର ସହିତ ପୂଜାର୍ଚନା କରିଥିଲେ । ଗ୍ରାମର ପୁରୁଷ ଓ ମହିଳା ଶ୍ରଦ୍ଧାଳୁମାନେ ୧୦୮ କଳସୀରେ କରାଣ୍ଡିଆ ନଦୀର ଜଳ ଆଣି ଭୂମି ପୂଜନ ମଣ୍ଡପରେ ସ୍ଥାପନ କରିଥିଲେ । ଗ୍ରାମବାସୀଙ୍କ ଆମନ୍ତ୍ରଣ କ୍ରମେ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ ଯୋଗ ଦେଇଥିଲେ । ସେହିପରି ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲକ ବିହାରୀ ଜେଠୀ, ରଘୁନାଥ ବସନ୍ତିଆ,ପ୍ରେମାନନ୍ଦ ରାଉତ,ବୈଷ୍ଣବ ବସନ୍ତିଆ, ପୃଥୁନାଥ ମହାନ୍ତି , ଆସିଶ ମହାନ୍ତି ,କେଶବ ମଲିକ,ବିଜୟ ମଲିକ,ଜିତେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *