Monday , June 21 2021
Breaking News
Home / ସ୍ୱାସ୍ଥ୍ୟ / ମନା କଲା ଭୁବନେଶ୍ୱର ଏମ୍ସ : ଏସସିବିରେ ରହିବେ ଜଗା-କାଳିଆ -ସ୍ୱାସ୍ଥ୍ୟ ମନ୍ତ୍ରୀ

ମନା କଲା ଭୁବନେଶ୍ୱର ଏମ୍ସ : ଏସସିବିରେ ରହିବେ ଜଗା-କାଳିଆ -ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା-କାଳିଆ ଖୁବ ଶୀଘ୍ର ଓଡିଶା ଫେରିବେ । ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ ସେମାନଙ୍କୁ ଏଠାରେ ରଖି ଚିକିତ୍ସା ପାଇଁ ମନାକରି ଦେବାପରେ ସେମାନଙ୍କୁ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ରଖାଯିବା ସହିତ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଦୁଇ ଶିଶୁଙ୍କ ପିତା ମାତା ଆଉ ସେଠାରେ ରହିବାକୁ ରାଜି ନୁହନ୍ତି । ଚିକିତ୍ସାରତ ଶିଶୁମାନେ ଓଡିଶା ଫେରିଲେ ସେମାନଙ୍କୁ ଭୁବନେଶ୍ୱର ଏମ୍ସରେ ରଖି ଚିକିତ୍ସାଲାଗି ଦିଲ୍ଲୀ ଏମ୍ସ କର୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ । ହେଲେ ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ ଦୁଇ ଶିଶୁଙ୍କୁ ରଖିପାରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇ ଦେଇଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଏଭଳି ମନୋଭାବ ପରେ ରାଜ୍ୟ ସରକାର ଦୁଇ ଶିଶୁଙ୍କୁ ଏସସିବିରେ ରଖି ଚିକିତ୍ସାଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଡାକ୍ତରୀଦଳ ଗଠନ ସହିତ ସମସ୍ତ ପ୍ରକାର ସେବା ଯୋଗାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଉଲ୍ଲେଖନୀୟ ଯେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଏକ କୋଟି ଟଙ୍କାର ଅର୍ଥ ସହାୟତା ସହିତ ଏମ୍ସରେ ଚିିକିତ୍ସାଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେଉଛନ୍ତି । ଅପରେସନ ଦ୍ୱାରା ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା ହେବାପରେ ପ୍ରାୟ ଦୁଇବର୍ଷ ହେଲା ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି । ଜଗା-କାଳିଆଙ୍କ ଚିକିତ୍ସା ଉପରେ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିୟମିତ ଭାବେ ନଜର ରଖାଯାଇଛି । ତେବେ ମନ୍ତ୍ରୀ ଶ୍ରୀ ଦାସ ଦୁଇ ଶିଶୁଙ୍କ ଓଡିଶା ଫେରିବା ନେଇ ସୂଚନା ଦେବାପରେ ସେମାନେ ଦିଲ୍ଲୀରୁ ଆସି କଟକ ସ୍ଥିତ ଏସସିବିରେ ଚିକିତ୍ସିତ ହେବା ସ୍ପଷ୍ଟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ ହେବ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର)- ସୋମବାରଠୁ କ୍ୟାମ୍ପେନ ମୋଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ ହେବ। ପ୍ରତ୍ୟେକ ଦିନ …

Leave a Reply

Your email address will not be published. Required fields are marked *