Sunday , June 13 2021
Breaking News
Home / ବିଶେଷ / ମଧୁରକୂଳ ସନ୍ଥ ସୁରଜିତ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ମଧୁରକୂଳ ସନ୍ଥ ସୁରଜିତ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଆୟବା ପଂଚାୟତର  ମଧୁରକୂଳ ଦିବ୍ୟ ଚେତନା ସନ୍ଥ ସୁରଜିତ ଯୋଗଶିକ୍ଷା କେନ୍ଦ୍ରର ୨୧ତମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ଅଭୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯୋଗଗୁରୁ ସନ୍ଥ ସୁରାଜିତ ଦାସ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ମନୋଜ ମଲ୍ଲିକ  ଯୋଗ ଦେଇଥିଲେ  । ଉତ୍ସବ  ପରିଚାଳନା କରିଥିଲେ ସଂଜୟ କୁମାର ଦାସ । କରୋନା କଟକଣା ନିୟମ ପାଳନ ପୂର୍ବକ  ଏହି ଶିବିରରେ ବହୁ ଛାତ୍ରଛାତ୍ରୀ , ଅଭିଭାବକ ଓ ଗ୍ରାମବାସୀମାନେ  ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ଶେଷରେ  ସନ୍ଥ ତଥା ଯୋଗଗୁରୁ ଯୁବସମାଜ ପାଇଁ ଯୋଗର ଉପକାରିତା, ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ  ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *