Wednesday , June 16 2021
Breaking News
Home / କୃଷି / ମତ୍ସ୍ୟ ଚାଷ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ମତ୍ସ୍ୟ ଚାଷ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

କେନ୍ଦ୍ରାପଡା, ୨୧/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ସଭାଗୃହରେ ମତ୍ସ୍ୟଚାଷ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୂଷ୍ଠିତ ହୋଇଯାଇଛି । ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମଧ୍ୟରେ ଗ୍ରାମପଂଚାୟତ ପୋଖରୀ ଗୁଡିକ ଲିଜ୍ ନେଇ ସେଥିରେ ମାଛଚାଷ କରିବାକୁ ମହିଳା ସ୍ୱୟଂସହାୟିକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଏହି ଏସ.ଏଚ.ଜି ଗ୍ରୁପମାନଙ୍କୁ ମତ୍ସଚାଷ ସମ୍ପର୍କି ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକର ପଂଚାୟତ ସମିତି ସଭାଗୃହରେ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ୧୮ ଓ ୧୯ତାରିଖ ଅନୁଷ୍ଠିତ ହୋଇଛି । ବ୍ଲକର ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ୱାଲର୍ଡଫିସ୍ ଓ ମତ୍ସ୍ୟବିଭାଗର ସହଯୋଗୀତାରେ ଅନୁଷ୍ଠିତ । ଏହି ତାଲିମ ଶିବିରରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧିର କୁମାର ସିଂ,ଡିପିସି କୈଳାସ ଚନ୍ଦ୍ର ବେହେରା ଓ ଜିଲ୍ଲା ମତ୍ସ ଅଧିକାରୀ ମମତା ମହାପାତ୍ର ଯୋଗଦାନ କରିଥିଲେ । ଗ୍ରାମାଂଚଳ ପୋଖରୀ ଗୁଡିକର ମହିଳା ସ୍ୱୟଂସହାୟିକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛଚାଷ ବ୍ୟାପକଭାବରେ କରାଗଲେ ରାଜ୍ୟର ମତ୍ସ୍ୟ ଉପାଦାନ ବୃଦ୍ଧି ପାଇବା ସହିତ ମହିଳାମାନେ ଆରଥିକ ସ୍ୱାବଲମ୍ବି ହୋଇପାରିବେ ବୋଲି ବକ୍ତାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାଛଡା ମହୁରାଳୀ ମାଛଛାଷ ଫଳରେ ଗ୍ରାମାଞ୍ଚଳରେ ପ୍ରୁଷ୍ଟି ଅଭାବ ଦୂର କରାଯାଇପାରିବ । ଏହି ତାଲିମ କାର୍ଯ୍ୟକ୍ରମରେ ୧୫କୋଟି ଏସ.ଏଚ.ଗ୍ରୁପର ୧୦ଜଣ ସଦସ୍ୟା ଓ ୧୦ ପ୍ରାଣୀମିତ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବିଭିନ୍ନ କ୍ଷେତ୍ର ପ୍ରଦର୍ଶନ ଭୂବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ପ୍ରତିଷ୍ଠାନ ସିଫା କୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଶିବାଙ୍ଗି ପଟ୍ଟନାୟକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  …

Leave a Reply

Your email address will not be published. Required fields are marked *