Saturday , June 19 2021
Breaking News
Home / ରାଜନୀତି / ମତ୍ସ୍ୟଜିବୀ କଂଗ୍ରେସ ପକ୍ଷରୁ ବଡଆଡିଅରେ ରିଲିଫ ବଂଟନ 

ମତ୍ସ୍ୟଜିବୀ କଂଗ୍ରେସ ପକ୍ଷରୁ ବଡଆଡିଅରେ ରିଲିଫ ବଂଟନ 

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡିଶା ପ୍ରଦେଶ ମତ୍ସ୍ୟଜିବୀ କଂଗ୍ରେସ ସଭାପତି ତଥା ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ ରାଜନଗର ବ୍ଲକ ଅନ୍ତର୍ଗତ ବଡଆଡିଆ ଗ୍ରାମର ବାତ୍ୟା “ୟସ” ର କ୍ଷତିଗ୍ରସ୍ତ ଓ ବେସାହାରା ହୋଇଥିବା ମତ୍ସ୍ୟଜିବୀ ତଥା ଦଳିତ ପରିବାରର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ସହ ମାସ୍କ ବଂଟନ କରିଛନ୍ତି । ଏହି ଗ୍ରାମର କ୍ଷତିଗ୍ରସ୍ତ ହୋଇଥିବା ଶତାଧିକ ଛପର ଘର ଭାଙ୍ଗି ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ଶ୍ରୀ ସେଠୀଙ୍କ ସହ ଯାଇଥିବା କଂଗ୍ରେସ ପ୍ରତିନିଧି ଦଳ ବୁଲି ଦେଖିଥିଲେ । ବାତ୍ୟାରେ ଭଙ୍ଗି ଯାଇଥିବା ଘରର ଲୋକମାନେ ସ୍କୁଲ, ପଂଚାୟତ ଓ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଦେଖିବାକୁ ପାଇଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ କଂଗ୍ରେସ ପଛୁଆ ବର୍ଗ ସେଲ୍ର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ଜିଲ୍ଲା ଦଳିତ ସେଲ୍ ର ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ ପ୍ରମୁଖ ସାମିଲ ହୋଇଥିଲେ । ସଂପୃକ୍ତ ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି ରଘୁନାଥ ବେହେରା, କାର୍ତିକ ଚନ୍ଦ୍ର ବେହେରା, ଦୁଃଶାସନ ସ୍ୱାଇଁ, ଗୋପାଳ ସେଠୀ, ରମାକାନ୍ତ ବାରିକ ଓ ରଙ୍କନିଧି ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । କଂଗ୍ରେସ ପ୍ରତିନିଧି ଦଳ ବାତ୍ୟା ‘ୟସ’ରେ କ୍ଷୟକ୍ଷତିର ଆକଳନ କରି ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ସେମାନଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦେବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *